ପୁରୀ ପୌରପାଳିକାକୁ ମହାନଗର ନିଗମ ଘୋଷଣା
By: Samaya Live News
ପୁରୀ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଇ ପୁରୀ ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩ରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦ୍ୱାରା ପୁରୀ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି । ମହାନଗର ଗଠନ ହେବା ଦ୍ୱାରା ପୁରୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହ ଏକ ବୃହତ୍ ସହରାଞ୍ଚଳ ଗଠନ ହେବ । ପୁରୀ ସହ ୪ଟି ସହରକୁ NAC ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂଘା, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଓ ବାଲେଶ୍ୱର ଜିଲ୍ଲାର ବସ୍ତା ।
ସମ୍ବନ୍ଧିତ ଖବର ୧୦ ରୁ ମିଳିବ ଗ୍ରୀନ ଷ୍ଟିକର
Tags:



