୫୧ ଦିନରେ ରଥ ନିର୍ମାଣ: ଶେଷ ହେଲା ରଥ ରୂପରେଖା ଅଙ୍କନ କାର୍ଯ୍ୟ , ଆରମ୍ଭ ହେଲା ସିଂହାସନ ବେଦି କାମ
ପୁରୀ : ଜୁନ୍ ୨୪: ରଥ ଯାତ୍ରାକୁ ଆଉ ଅଳ୍ପ କେଇ ଦିନ ବାକି ଥିଲା ବେଳେ ଆଜିକୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ୫୧ ଦିନ ପୂରିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ଦାର ଚାଲିଛି । ଏହାରି ମଧ୍ୟରେ ତିନି ରଥର ଚାରିକୋଣକୁ ଛାଡ଼ି ବେଦି ଚାରିପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ଏହାବ୍ୟତିତ ତିନି ରଥର ନିର୍ମାଣ ହୋଇଥିବା ୧୨ଟି ଦୁଆର ବେଢ଼ାରେ ଚିତ୍ରକାର ସେବକମାନେ ରୂପ ଅଙ୍କନ […]
ପୁରୀ : ଜୁନ୍ ୨୪: ରଥ ଯାତ୍ରାକୁ ଆଉ ଅଳ୍ପ କେଇ ଦିନ ବାକି ଥିଲା ବେଳେ ଆଜିକୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ୫୧ ଦିନ ପୂରିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ଦାର ଚାଲିଛି । ଏହାରି ମଧ୍ୟରେ ତିନି ରଥର ଚାରିକୋଣକୁ ଛାଡ଼ି ବେଦି ଚାରିପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି ।

ଏହାବ୍ୟତିତ ତିନି ରଥର ନିର୍ମାଣ ହୋଇଥିବା ୧୨ଟି ଦୁଆର ବେଢ଼ାରେ ଚିତ୍ରକାର ସେବକମାନେ ରୂପ ଅଙ୍କନ କାର୍ଯ୍ୟ ଶେଷ କରିଛନ୍ତି ଏବଂ ଘୋଡ଼ା ସଂଯୋଗ ପାଇଁ ତିନି ରଥର ଦୁଇଟି ଲେଖାଏଁ ଈଷ ନିର୍ମାଣ ଶେଷ ମଧ୍ୟ ହୋଇଛି । ଏହି ସବୁ ନିର୍ମାଣ କାର୍ଯ୍ୟ ଗତକାଲି ଶେଷ ହୋଇଛି । ଏହାପରେ ତିନି ରଥରେ ପ୍ରଭା ଫ୍ରେମ୍ରେ ପଟା ବାଡ଼ାଯାଇ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସଂଯୋଗ କାର୍ଯ୍ୟ ହୋଇଛି ।
ଅନ୍ୟପକ୍ଷରେ, ତିନି ରଥର ବେଦି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଂହାସନ ବେଦି ପ୍ରସ୍ତୁତି ପାଇଁ ଆଗଆଣି ଓ ପଛଅଣି ମକ ଉପରେ ୫ଟି ଜଗତପୃଷ୍ଠ ଶେଣି ପଡ଼ିଛି । ଏହା ଉପରେ ଉଭୟପାର୍ଶ୍ୱରେ ତିନୋଟି ଲେଖାଏଁ ବାହୁଟ ଫାଳିଆ ପଡ଼ି ବେଦି ନିର୍ମାଣ ପାଇଁ ପଟା ବାଡ଼ିଆ ଆରମ୍ଭ ହୋଇଛି । ଏହାସହିତ ସିଂହାସନ ଦେବୀ କାର୍ଯ୍ୟର ଆରମ୍ଭ ହୋଇଛି ।

ଦେବୀ ଉପରେ ଭଗବାନ ରାହୁଙ୍କର ଦିବ୍ୟ ରୂପର ଚିତ୍ର ଅଙ୍କନ କରାଯାଇଛି । ଭଗବାନ ରାହୁ ଦୁଇଟି ହାତରେ ଛୁରି ଧରିଛନ୍ତି । ଏହାଛଡ଼ା ରଥର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲତା ଓ ତଳ ଦୁଇପଟରେ ଗୋଟିଏ ଲେଖାଏଁ ମଗର ମୁଖ ଚିତ୍ର ଆଙ୍କିଛନ୍ତି । ଚିତ୍ରକାର ସେବକମାନେ କୋଣଗୁଜ, ପଟାଗୁଜରେ ଚିତ୍ର କାର୍ଯ୍ୟ ସହ ତିନି ରଥର ଚକକୁ ଉଜ୍ୱଳ କରିବା ସକାଶେ ପ୍ରାଇମର ବୋଳିଛନ୍ତି । ଦେବାବେଦୀଙ୍କ ନାନା ପ୍ରକାର ରଙ୍ଗ ସହ ନାଟଗୋଡ଼, କନ୍ୟା ପଟା, ହଂସପଟା, କଳସ ଆଦିରେ ରଙ୍ଗ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି ।




