PUCC ପ୍ରତ୍ୟାହୃତ,ଚାଲାଣ କଟିଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ

PUCC ପ୍ରତ୍ୟାହୃତ,ଚାଲାଣ କଟିଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC (ପ୍ରଦୂଷଣ) ସାର୍ଟିଫିକେଟ ମିଳିବ । ଜରିମାନା ନ ଭରିଲେ ପଲ୍ୟୁସନ ସାର୍ଟିଫିକେଟ ମିଳିବ ନାହିଁ ବୋଲି ରହିଛି କ୍ଷମତା । ମୋଟର ଭେହିକଲ ଆଇନ ୧୬୭ ଧାରା ଅନୁଯାୟୀ ଏହି କ୍ଷମତା ମିଳିଥିବା ପରିବହନ କମିଶନରଙ୍କ ପକ୍ଷରୁ ଯୁକ୍ତି । ଏହାକୁ ଗ୍ରହଣ କଲେ ନାହିଁ ହାଇକୋର୍ଟ । ଏ ନେଇ ବାହାନ ପୋର୍ଟାଲ ସଂଶୋଧନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସଂଶୋଧନ କରି ସତ୍ୟପାଠ ଦାଖଲ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ । 

ସମ୍ବନ୍ଧିତ ଖବର ଆସନ୍ତା କାଲି ନେତାଜୀ ଜୟନ୍ତୀ,ପରାକ୍ରମ ଦିବସ ପାଳିବ ରାଜ୍ୟ

BAHAN ପୋର୍ଟାଲରେ କୌଣସି ଚାଳକ ଯେପରି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ପମ୍ପରେ ମିଳିପାରିବ ପେଟ୍ରୋଲ। ଏନେଇ କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦୨୫ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ , ଗାଡି ମାଲିକଙ୍କ PUCC ନ ଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା । ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା ।

ସମ୍ବନ୍ଧିତ ଖବର ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

 

ସମ୍ବନ୍ଧିତ ଖବର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

 

Tags: