ମାସେ ବଢ଼ିଲା PUCC ଅବଧି

ମାସେ ବଢ଼ିଲା PUCC  ଅବଧି
Samaya Live News Picture
Published On

ଭୁବନେଶ୍ୱର : ଗାଡି ଚାଳକଙ୍କୁ ସାମୟିକ ଆଶ୍ବସ୍ତି । ଏକ ମାସ ବୃଦ୍ଧି ହେଲା PUCC  ଅବଧି ଇ ଜାନୁଆରୀ ୧ ପରିବର୍ତ୍ତେ ଫେବୃଆରୀ ୧ ଯାଏଁ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି ଇ ମନ୍ତ୍ରୀ କହିଛନ୍ତି ଫେବୃଆରୀ ୧ରୁ କଡାକଡ଼ି ହେବ ଗାଡି ଯାଞ୍ଚ । ତେଣୁ ଏହି ଏକ ମାସ ମଧ୍ୟରେ ଗାଡି RC ,ଫିଟନେସ,ବୀମା ଆଦି କରାଇ ନିଅନ୍ତୁ । ପୂର୍ବରୁ ଜାନୁଆରୀ ୧ରୁ ପିୟୁସି ନଥିଲେ ପେଟ୍ରୋଲ ମିଳିବନି ଓ କଡାକଡି ଯାଞ୍ଚ ହେବ ବୋଲି କୁହାଯାଇଛି । ଫେବୃଆରୀ ୧ ପରେ PUCC ନଥିଲେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ ।

ସୂଚନାନୁସାରେ,ବିଭାଗ ପକ୍ଷରୁ କୁହାଯାଇଛି ଯେ ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅବଧି ବୃଦ୍ଧି କରାଯାଇଛି। ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି। ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।

Tags: