ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟାପକଙ୍କୁ ଛୁରାମାଡ଼ !

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟାପକଙ୍କୁ ଛୁରାମାଡ଼ !
Samaya Live News Picture
Published On

ସମ୍ବଲପୁର : ସମ୍ବଲପୁର ଜ୍ୟୋତି ବିହାର ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟାପକଙ୍କୁ ଛୁରାମାଡ଼ । କେମିଷ୍ଟ୍ରି ଅଧ୍ୟାପକ ସତ୍ୟନାରାୟଣ ସାହୁଙ୍କୁ ଛୁରାମାଡ଼ ହୋଇଛି । ଏହି ଅଭାବନୀୟ ଘଟଣାଟି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଘଟିଛି  । ଜଣେ ଠିକା ସଫେଇ କର୍ମଚାରୀ ଛୁରାମାଡ଼ କରିଥିବା ସୂଚନା ମିଳିଛି । କିଛିଦିନ ପୂର୍ବରୁ ଉକ୍ତ ଠିକା କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଥିଲା । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଆଜି ସେ ଏହିଭଳି କାଣ୍ଡ ଘଟାଇଛି । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଛୁରାମାଡ଼ରେ ସମ୍ପୃକ୍ତ ଅଧ୍ୟାପକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ପେଟରେ ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ଏବଂ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି । ଆକ୍ରମଣକାରୀ ଠିକା କର୍ମଚାରୀ କୃପା ବାଗ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ବୁର୍ଲା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Tags: