ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
By: Samaya Live News
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଓଡିଶା ସମେତ ୧୦ ରାଜ୍ୟର ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ । ତାମିଲନାଡୁ ଓ ବିହାରର - ୬ ସିଟ,ପଶ୍ଚିମବଙ୍ଗ ର - ୫,ଆସାମ - ୩,ତେଲେଙ୍ଗାନା ,ହରିଆଣା ଏବଂ ଛତିଶଗଡ଼ର ୨ ଟି ଏବଂ ହିମାଚଳ ପ୍ରଦେଶ ର ୧ ଟିଏ ଲେଖାଏଁ ଆସନ ଖାଲି ହେବ । ସେହିପରି ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ ସରୁଛି କାର୍ଯ୍ୟକାଳ । ମୁନ୍ନା ଖାଁ , ନିରଞ୍ଜନ ବିଶି,ମମତା ମହନ୍ତ ଏବଂ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ମମତା ମହନ୍ତ ଓ ସୁଜିତ୍ କୁମାର ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ସମ୍ବନ୍ଧିତ ଖବର ପୁରୀରେ ୭୨ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦେଶ
Tags:



