ମାର୍ଚ୍ଚରେ ଓଡିଶା ଆସିବେ ପ୍ରିୟଙ୍କା - ଭକ୍ତ

ମାର୍ଚ୍ଚରେ ଓଡିଶା ଆସିବେ ପ୍ରିୟଙ୍କା - ଭକ୍ତ

ଭୁବନେଶ୍ୱର : ଚଳଚଞ୍ଚଳ କଂଗ୍ରେସ ଭବନ । କର୍ମୀଙ୍କ ମହଲରେ ଉଦ୍ଦୀପନା । ମାର୍ଚ୍ଚରେ ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ର । ଓଡିଶା ଆସି ବିରାଟ ମହିଳା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଲେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ । ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି,ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ । ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ । ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ ହେବ । ଏହା ପରେ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ କଂଗ୍ରେସ ଯୋଜନା କରିଛି । ୨୦୨୬ରେ କଂଗ୍ରେସ ସରକାରଙ୍କ ସହ ୩ ଗୁଣା ସଂଘର୍ଷ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ତେବେ ମାର୍ଚ୍ଚ ମାସ କେଉଁ ତାରିଖରେ ପ୍ରିୟଙ୍କା ଗାନ୍ଧୀ ଓଡିଶା ଆସିବେ ସେ ନେଇ ବର୍ତ୍ତମାନ ସୂଚନା ମିଳିନାହିଁ ।

ସମ୍ବନ୍ଧିତ ଖବର ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା

 

ସମ୍ବନ୍ଧିତ ଖବର କୁହୁଡି ଯୋଗୁଁ ଭୁବନେଶ୍ୱରରୁ ୩ ବିମାନ ଉଡାଣ ବାତିଲ,୫ ବିଳମ୍ବ

Tags: