ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରତ୍ୟାହୃତ
By: Samaya Live News
ଭୁବନେଶ୍ୱର: ଆଲୋଚନା ପରେ ଧର୍ମଘଟରୁ ଓହରିଲେ ଘରୋଇ ବସ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ବସ୍ ସେବା ସଂପ୍ରସାରଣକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆ ଯାଇଥିଲା। ହେଲେ ଆଲୋଚନା ପରେ ବସ ଧର୍ମଘଟରୁ ଓହରିବ ବୋଲି ସଂଘ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଘରୋଇ ବସ୍ ମାଲିକ ସଂଘର ବୈଠକ ପରେ ଏହି ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଓ ପରିବହନ କମିଶନରଙ୍କ ସହିତ ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଥିଲା ।
ସମ୍ବନ୍ଧିତ ଖବର କେନ୍ଦ୍ରାପଡ଼ାରୁ ୩ ବାଂଲାଦେଶୀ ଦେଶାନ୍ତର
ସମ୍ବନ୍ଧିତ ଖବର କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା
Tags:



