ପୃଥ୍ୱୀରାଜ - ଦିଲ୍ଲୀପ ଭେଟଘାଟ
ଭୁବନେଶ୍ୱର : ଆଗକୁ ରାଜ୍ୟସଭା ନିର୍ବାଚନ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ରାଜ୍ୟବାସୀଙ୍କ ଦୃଷ୍ଟି ରହିଛି । ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାରି ଭିତରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲିପ ରାୟ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି I ଚତୁର୍ଥ ଆସନରେ ରାଜ୍ୟସଭାକୁ ଯାଇପାରନ୍ତି ଦିଲ୍ଲୀପ ରାୟ । ମାତ୍ର ସାମ୍ବାଦିକଙ୍କ ଏହି ପ୍ରଶ୍ନରେ କୌଣସି ଉତ୍ତର ରଖିନଥିଲେ ଦିଲ୍ଲୀପ ରାୟ ।
ସେପଟେ ଭେଟଘାଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି କି, ତାଙ୍କ ସହ ମୋର ପାରିବାରିକ ସମ୍ପର୍କ । ସେ ସବୁବେଳେ ମୋ ପାଖକୁ ଆସନ୍ତି । ସେ ମୋ ବାପାଙ୍କୁ ଦେଖିଥିବାବେଳେ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ସୂଚନାନୁସାରେ,ଆସନ୍ତା ଏପ୍ରିଲ ୨ ତାରିଖରେ ଓଡିଶାରୁ ୪ ଜଣ ରାଜ୍ୟସଭା ସାଂସଦଂକ ସରୁଛି କାର୍ଯ୍ୟକାଳ ଇ ବିଜେଡି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତାହା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି । ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି । ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି ।



