ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ଵିତ

ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ଵିତ
Samaya Live News Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ଵିତ । ସ୍କୁଲ ପରିସରରେ ପରିଷ୍କାର ପରିଚ୍ଛନ୍ନତା, ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ଅବହେଳା ଅଭିଯୋଗ ଆଧାରରେ ପ୍ରିନ୍ସିପାଲ କବିତା କରଙ୍କୁ ନିଲମ୍ବିତ କରିଛନ୍ତି କର୍ତୃପକ୍ଷ । ଗତ ଦଶହରା ଛୁଟି ପରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା  ନବୋଦୟ ସ୍କୁଲରେ ଜଣ୍ଡିସ ବ୍ୟାପିଥିଲା । ପାଖାପାଖି ୯୦ ଜଣ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଖବର ପ୍ରସାରଣ ପରେ ସ୍କୁଲରେ ପହଞ୍ଚିଥିଲେ ୱାଟକୋ ଟିମ୍ । ବିଭିନ୍ନ ସ୍ଥାନ ରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବାରୁ ଜଣ୍ଡିସ୍ ଭୂତାଣୁ ବାହାରିଥିଲା । ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ନେଇଯାଇଥିଲେ। ସ୍କୁଲ କୁ ଏକ ସପ୍ତାହ ବନ୍ଦ କରାଯାଇଥିଲା । କେନ୍ଦ୍ରୀୟ ଟିମ ବି ଆସି ତଦନ୍ତ କରିଥିଲେ। ସେହି ରିପୋର୍ଟ ଆଧାରରେ ସ୍କୁଲ ପ୍ରିନସପାଲଙ୍କୁ ସସପେଣ୍ଡ କରାଯାଇଛି। 

ପରିସ୍ଥିତି ନିୟନ୍ତ୍ରଣ କରିବାରେ ଘୋର ଅବହେଳା ଅଭିଯୋଗ ଆଣି ନବୋଦୟ ବିଦ୍ୟାଳୟ ସମିତି (NVS) ପ୍ରିନ୍ସିପାଲ୍ କବିତା କରଙ୍କ ବିରୋଧରେ ଏକ ସରକାରୀ ନିଲମ୍ବନ ଆଦେଶ ଜାରି କରିଛି । ମଧ୍ୟବର୍ତ୍ତୀକାଳୀନ ସମୟରେ, ଉପାଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କୁ କାର୍ଯ୍ୟକାରୀ ପ୍ରିନ୍ସିପାଲ୍ ଭାବରେ ନିଯୁକ୍ତ କରାଯାଇଛି ଏବଂ ନୂତନ ପ୍ରିନ୍ସିପାଲ୍ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ତୁଲାଇବେ । ନିଲମ୍ବିତ ପ୍ରିନ୍ସିପାଲ୍ଙ୍କୁ ଭୋପାଳର NVS ଆଞ୍ଚଳିକ କାର୍ଯ୍ୟାଳୟକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

Tags: