ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଲଗାଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଲଗାଇ ପ୍ରଧାନ ଶିକ୍ଷକ ନିଲମ୍ବିତ
Samaya Live News Picture
Published On

ଯାଜପୁର : ଗୁରୁଙ୍କ ନାଁ ରେ କଳଙ୍କ । ଅଜବ କାରନାମା କରି ପ୍ରଧାନ ଶିକ୍ଷକ ନିଲମ୍ବିତ । ଯାଜପୁର ସୁକିନ୍ଦା ବ୍ଲକ କାଳିଆପାଣି ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଲଗାଇ ନିଲମ୍ବିତ ହୋଇଛନ୍ତି । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ତାଙ୍କୁ ନିଲମ୍ବନ କରିଛନ୍ତି। ଗତ ୧୭ ତାରିଖରେ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଡାଳ ପୁରାଇ ଦେଇଥିଲେ ପ୍ରଧାନଶିକ୍ଷକ । ଏଥିରେ ୧୦ରୁ ଅଧିକ ଛାତ୍ର ଗୁରୁତର ହୋଇଥିଲେ । ଅଭିଭାବକମାନେ ଏହା ଜାଣିବା ପରେ ସ୍କୁଲର ଫାଟକ ଆଗରେ ଧାରଣା ଦେଇଥିଲେ । 

ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ହସ୍ତକ୍ଷେପ କରିଥିଲେ । ଏହାପରେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋସ ସମାଧାନ ହୋଇଥିଲା । ତେବେ ଏଭଳି ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଏହାପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସୁକିନ୍ଦା ବ୍ଲକ ଶିକ୍ଷା ଧିକାରୀ । ଶେଷରେ ତଦନ୍ତ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ସୁକିନ୍ଦା ବିଇଓ । ଏହି ସମୟରେ ସେ ସ୍କୁଲ ଓ ଅଫିସକୁ ଯିବେ ନାହିଁ । ତାଙ୍କ  ଦରମା ବନ୍ଦ ରହିବ ଏବଂ ସେ ପ୍ରତିଦିନ ଅଫିସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି  । 

 

Tags: