ପ୍ରତିକୂଳ ପାଗ ଯୋଗୁଁ ସଡକ ପଥରେ ରାଇରଙ୍ଗପୁର ପହଞ୍ଚିବେ ରାଷ୍ଟ୍ରପତି

ପ୍ରତିକୂଳ ପାଗ ଯୋଗୁଁ ସଡକ ପଥରେ ରାଇରଙ୍ଗପୁର ପହଞ୍ଚିବେ ରାଷ୍ଟ୍ରପତି
Samaya Live News Picture
Published On

ଭୁବନେଶ୍ୱର : ଆଜି ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତିଙ୍କ ଗସ୍ତରେ ସାମାନ୍ୟ ବିଳମ୍ବ ହୋଇପାରେ । ପ୍ରତିକୂଳ ପାଗ ଯୋଗୁଁଁ ହେଲିକେପ୍ଟର ବଦଳରେ ସଡକ ପଥରେ ଆସୁଛନ୍ତି ରାଷ୍ଟ୍ରପତି । ବର୍ତ୍ତମାନ ରାଷ୍ଟ୍ରପତି ପଶ୍ଚିମବଙ୍ଗ କଲାଇକୁଣ୍ଡାରେ ପହଞ୍ଚି ସାରିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ସେଠାରୁ ସଡକ ପଥରେ ରାଇରଙ୍ଗପୁର ଆସିବେ । ବାଙ୍ଗିରିପୋଷି, ବିଶୋୟୀ ହୋଇ ସଡକ ପଥରେ ରାଇରଙ୍ଗପୁରରେ ପହଞ୍ଚିବେ। ଅପରାହ୍ଣ ୩ଟା ୪୫ରେ ରାଇରଙ୍ଗପୁର ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ପହଞ୍ଚିବାର ଥିଲା । ମାତ୍ର ପାଗ ଖରାପ ଯୋଗୁଁଁ ଆକାଶ ମାର୍ଗ ଛାଡି ସଡକ ମାର୍ଗରେ ଆସିବେ ।

Tags: