ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ବାଲେଶ୍ବର: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୨ ତାରିଖ ଅପରହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀ ଯାପନ କରିବେ । ଫେବୃଆରୀ ୩ ତାରିଖରେ ବାଲେଶ୍ୱର ଜିଲ୍ଲାର ନୂତନ ପ୍ରତିଷ୍ଠିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ସମାବର୍ତ୍ତନଉତ୍ସବରେ ଯୋଗ ଦେବେ । ଏହା ପରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ।

ସମ୍ବନ୍ଧିତ ଖବର ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି

ଫେବୃଆରୀ ୪ ତାରିଖରେ ଯାଜପୁର ବିରଜା ମନ୍ଦିର ପରି୍ରଦର୍ଶନ କରିବା ସହ ଫେବୃଆରୀ ୫ ରୁ ୬ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ତାଙ୍କ ଜନ୍ମସ୍ଥାନ ରାଇରଙ୍ଗପୁରକୁ ଗସ୍ତ କରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ସେ ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର ବୋହୂକୁ ପୋଡି ମାରିବା ଉଦ୍ୟମ,ଜଳିଗଲା ଘର ବର୍ତ୍ତୀ ଗଲେ ବୋହୂ

 

ସମ୍ବନ୍ଧିତ ଖବର ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ ହେବ

Tags: