ପୁରୀରେ ରାଷ୍ଟ୍ରପତି,ଶ୍ଵେତଗଙ୍ଗାରେ ପିତୃପୁରୁଷଙ୍କ ପିଣ୍ଡଦାନ

ପୁରୀରେ ରାଷ୍ଟ୍ରପତି,ଶ୍ଵେତଗଙ୍ଗାରେ ପିତୃପୁରୁଷଙ୍କ ପିଣ୍ଡଦାନ

ପୁରୀ : ଗତ ୨ ତାରିଖରୁ ୬ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମର ଆଜି ୩ୟ ଦିନରେ ପୁରୀ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ରାଷ୍ଟ୍ରପତି । ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ ।  ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ସାଥିରେ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ସମ୍ବନ୍ଧିତ ଖବର ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା,ଆଉଜଣେ ଗିରଫ

ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ପୁରୀ ଲୋକ ଭବନ ଠାରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ପିଣ୍ଡ ଦାନ ପାଇଁ ବାହାରିଥିଲେ । ରାଷ୍ଟ୍ରପତିଙ୍କ କାରକେଡ଼ ଭିଆପି ରୋଡ ହୋଇ ଡାକ୍ତରଖାନା ଛକ ଦେଇ ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ସୁରକ୍ଷା ମଧ୍ୟରେ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇଥିଲା । ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଛନ୍ତି ।

ସମ୍ବନ୍ଧିତ ଖବର ପୁଣି ବୃଦ୍ଧି ହେଲା ସୁନା - ରୂପା ଦର

ରାଷ୍ଟ୍ରପତି ପ୍ରଥମେ ଅରୁଣ ସ୍ତମ୍ଭ କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପରେ ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପ୍ରାୟ ୨୦ ମିନିଟ୍ ଗର୍ଭଗୃହ ରେ ଉପସ୍ଥିତ ଥିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ନିଜେ ଦୀପ ଲଗାଇ ମହାପ୍ରଭୁଙ୍କୁ ଆରାଧନା କରିଥିଲେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ନାଟମଣ୍ଡପ ଦେଇ ପ୍ରବେଶ ସମୟରେ ବେଦ ପାଠ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପରେ  ରାଷ୍ଟ୍ରପତି ମୁକ୍ତିମଣ୍ଡପ କୁ ଯାଇ ବ୍ରାହ୍ମଣ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେ ଦେବୀ ବିମଳା, ମା ଲକ୍ଷ୍ମୀ ଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଶ୍ରୀଜିଉଙ୍କୁ ଦର୍ଶନ ସାରି ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଓ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର ୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା,ସମର୍ଥନ କଲା କଂଗ୍ରେସ

ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନ ସାରିବା ପରେ ପୁରୀ ଲୋକ ଭବନ କୁ ପ୍ରତ୍ୟାବର୍ତ୍ତନ କରି ପୁରୀ ହେଲିପ୍ୟାଡ଼ରେ ପହଞ୍ଚି ସେଠାରୁ ରାଇରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଦୃଷ୍ଟି କୋଣରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ରାଷ୍ଟ୍ରପତି ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ଅବତରଣ ପରେ ପୁରୀ ଲୋକ ଭବନ ଠାରେ ରାତ୍ରିଯାପନ କରିଥିଲେ ।

 

Tags: