ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ତାରିଖରେରେ ରାଇରଙ୍ଗପୁର ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁର ଆସିବା ନେଇ ସୂଚନା ରହିଛି । ରାଇରଙ୍ଗପୁର ରେ ନବନିର୍ମିତ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ ହେଉଛି । ଖୁବଶୀଘ୍ର ଚୂଡାନ୍ତ ଗସ୍ତସୂଚୀ ଜଣାପଡିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହି ସମ୍ଭାବ୍ୟ ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ପ୍ରାରମ୍ଭିକ ସୂଚନା ମିଳିଥିବା କୁହାଯାଇଛି । ତେବେ ଗସ୍ତର ଚୂଡ଼ାନ୍ତ ସୂଚୀ ଏପର୍ଯ୍ୟନ୍ତ ଆସିନାହିଁ ।

ସୂଚନାନୁସାରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁକୁ ବୁଲି ଆସିବାକୁ କଥା ଦେଇଥିଲେ ମୋଦି।  ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ। ଏହି ସମୟରେ ରାଇରଙ୍ଗପୁରରେ ବଡ଼ ସାଧାରଣ ସଭାର ଆୟୋଜନ କରାଯାଇଛି । ଓଡ଼ିଶାରେ ପ୍ରଥମ ଥର Indian institute of forest management ଖୋଲିବ । ଏହାର କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ମୋଦି। ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠେଇବାକୁ ପଡୁଥିଲା। ଏବେ ଓଡ଼ିଶାରେ ଏହାର ପରୀକ୍ଷଣ ହେବ। ରାଇରଙ୍ଗପୁରରେ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ଯିବାର ସୂଚନା ରହିଥିବା କହିଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ।

Tags: