ନୂଆବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ବର୍ଷର ଏହି ଆନନ୍ଦମୟ ଅବସରରେ ମୁଁ ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।
ସେହିପରି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା । ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ । ଏହା ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇଆସୁ।



