ଆଗକୁ ଆସୁଛି ପରୀକ୍ଷା: କିପରି କରିବେ ପୂର୍ବ ପ୍ରସ୍ତୁତି
ଚଳିତ ସାମରେ ହିଁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଯାଉଛି । ଦିନ ଯେତେ ପାଖେଇ ଆସୁଛି , ପିଲାଙ୍କ ମନରେ ଡ଼ର ସେତେ ଘନେଇ ଆସୁଛି । ଅନ୍ୟପକ୍ଷରେ, ବାପାମାଆ ଓ ଘରୋଇ ଶିକ୍ଷକଙ୍କ ତାଗିଦ୍ ପିଲାମାନଙ୍କୁ ଏକ ପ୍ରକାରର ମାନସିକ ଚାପ ଆଡ଼କୁ ନେଉଛି । ଯାହ ତାଙ୍କ ଭବିଷ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ । କେତେକ ବାପାମାଆ ଅନ୍ୟ ପିଲାଙ୍କ ପଢ଼ା ଓ ମାର୍କକୁ ଦେଖି ନିଜ ପିଲାଙ୍କୁ […]
ଚଳିତ ସାମରେ ହିଁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଯାଉଛି । ଦିନ ଯେତେ ପାଖେଇ ଆସୁଛି , ପିଲାଙ୍କ ମନରେ ଡ଼ର ସେତେ ଘନେଇ ଆସୁଛି । ଅନ୍ୟପକ୍ଷରେ, ବାପାମାଆ ଓ ଘରୋଇ ଶିକ୍ଷକଙ୍କ ତାଗିଦ୍ ପିଲାମାନଙ୍କୁ ଏକ ପ୍ରକାରର ମାନସିକ ଚାପ ଆଡ଼କୁ ନେଉଛି । ଯାହ ତାଙ୍କ ଭବିଷ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

କେତେକ ବାପାମାଆ ଅନ୍ୟ ପିଲାଙ୍କ ପଢ଼ା ଓ ମାର୍କକୁ ଦେଖି ନିଜ ପିଲାଙ୍କୁ ତୁଳନା କରନ୍ତି ଓ ସେମାନଙ୍କଠାରୁ ଅଧିକ ଭଲ ମାର୍କ ରଖିବାକୁ ବାଧ୍ୟ କରନ୍ତି । ଯାହା ପିଲାଙ୍କ କୋମଳ ମତିରେ ବିଶେଷ ପ୍ରଭାବ ପକାଏ । ପରୀକ୍ଷା ମସୟରେ ପିଲାମାନଙ୍କୁ ପଢ଼ାଇବା ଓ ତାଙ୍କୁ ନିଜ ଭବିଷ୍ୟରେ ଆଗେଇବା ପାଇଁ ଉପଦେଶ ଠିକ୍ , ହେଲେ ଡ଼ରାଇବା, ଅନ୍ୟ ପିଲାମାନଙ୍କ ସହିତ ତୁଳନା କରିବା ଓ ବାଧ୍ୟ କରିବା ଅନୁଚିତ୍ । ଏହିପରି ସମୟରେ ପିଲାମାନଙ୍କୁ ବାପାମାଆ ସ୍ନେହ ପ୍ରେମର ବିଶେଷ ଆବଶ୍ୟକ ପଡ଼େ ।
ପାଠପଢ଼ାରେ ନିର୍ଦ୍ଧିଷ୍ଟ ସମୟ

ବହୁ ପିଲା ଅଛନ୍ତି, ଯେଉଁମାନେ ଦିନ ବେଳା ପାଠ ପଢ଼ିବା ପରିବର୍ତ୍ତେ ରାତି ଅନିଦ୍ରା ହୋଇ ପାଠ ପଢ଼ନ୍ତି । ଏହି ସମୟରେ ପିଲାମାନଙ୍କୁ ବାପାମାଆ ବୁଝାଇବା ଆବଶ୍ୟକ । ଦିନ ବେଳେ କିମ୍ବା ବ୍ରହ୍ମ ମୂହୂର୍ତ୍ତରେ ପାଠ ପଢ଼ିବା ଉଚିତ୍ । ମସ୍ତିଷ୍କ ସହିତ ଶରୀରକୁ ରାତି ସମୟରେ ବିଶ୍ରାମ ଦରକାର । ଯଦି ଏହି ସମୟରେ ଶୋଇବା ପରିବର୍ତ୍ତେ ପାଠ ପଢ଼ିବେ, ତେବେ ଠିକ୍ ପରୀକ୍ଷା ସମୟରେ ଦେହ ଅସୁସ୍ଥ ହୋଇପାରେ ।
ପଢ଼ା ସମୟରେ ବିରତି

ଲଗାତାର ଘଣ୍ଟା ଘଣ୍ଟା ସମୟ ବସି ପାଠ ପଢ଼ିଲେ ମଧ୍ୟ ମାନସିକ ଓ ଶରୀର ଉପରେ ବିଶେଷ ପ୍ରଭାବ ପକାଏ । ପଢ଼ା ସମୟରେ ମଝିରେ ମଝିରେ ବୁଲିଲେ କିମ୍ବା ନିଜ ପସନ୍ଦର କାର୍ଯ୍ୟ କଲେ ମନ ଫ୍ରେସ୍ ବା ସତେଜ ହୋଇଥାଏ । ଫଳରେ ପଢ଼ାରେ ଆଗ୍ରହ ବଢ଼େ । ବିଶେଷଜ୍ଞଙ୍କ ମତରେ ପଢ଼ିବା ସମୟରେ ବିରତି ନେଇ ବୁଲିଲେ କିମ୍ବା ମଜାମସ୍ତି କଲେ, ପାଠ ସହଜ ଲାଗିବା ସହିତ ମନରେ ଛାପି ହୋଇ ରହିଯାଇଥାଏ ।
ସୁସ୍ଥ ଆହାର

ପରୀକ୍ଷା ସମୟରେ କଠିନ ଖାଦ୍ୟ ପରିବର୍ତ୍ତେ ନରମ ଓ ଶୀଘ୍ର ହଜମ ହୋଇପାରୁଥିବା ଖାଦ୍ୟ ନିତ୍ୟାନ୍ତ ଜରୁରୀ । କଠିନ ଓ ମସଲା ଯୁକ୍ତ ଖାଦ୍ୟ ଖାଇଲେ, ଶରୀର ବିଶ୍ରାମ ନେବାକୁ ଚାହିଁବ ଓ ମାନସିକରେ ପରିବର୍ତ୍ତନ ଆସିବ । ଫଳରେ ପାଠପଢ଼ାରେ ମନ ଲାଗିବ ନାହିଁ ଓ ଅଳସୁଆ ଲାଗିବ । ଏଣୁ ପରୀକ୍ଷା ସମୟରେ ସବୁବେଳେ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ବାଦାମ, ଶାଗ ଆଦି ଖାଦ୍ୟ ଖାଇବା ଆବଶ୍ୟକ ।
ଶାନ୍ତ ପରିବେଶ

ପାଠପଢ଼ା ସମୟରେ ଶାନ୍ତ ପରିବେଶ ମନର ଏକାଗ୍ରତାକୁ ବୃଦ୍ଧି କରେ । ଏଣୁ ଶାନ୍ତ ପରିବେଶ ଦେଖି ପାଠପଢ଼ାନ୍ତୁ । ଯଦି ଘରେ ବହୁତ ଲୋକ ଅଛନ୍ତି ବା ଶାନ୍ତ ପରିବେଶ ସୃଷ୍ଟି ହୋଇପାରୁନି ଆପଣମାନେ ଛାତ ଉପର, ବାଲକୋନି କିମ୍ବା ସାଙ୍ଗମାନଙ୍କ ଘରେ ପାଠ ପଢ଼ିପାରିବେ । ଏହାଛଡ଼ା ପାର୍କର ଖୋଲା ପରିବେଶରେ ମଧ୍ୟ ପାଠ ପଢ଼ିପାରିବ ।
ସାଙ୍ଗ ସହିତ ଗ୍ରୁପ୍ଷ୍ଟଡି

ସାଙ୍ଗ ମାନଙ୍କ ସହିତ ମିଶି କରି ପଢ଼ିଲେ ପାଠ ପ୍ରତି ଆଗ୍ରହ ବଢ଼େ । ମନରେ କୌଣସି ପ୍ରଶ୍ନର ଉତ୍ତର ନଆସିଲେ କିମ୍ବା ଗଣିତ ପ୍ରଶ୍ନ ସମାଧାନ ନହୋଇପାରିଲେ , ସାଙ୍ଗମାନଙ୍କ ସହିତ ଆଲୋଚନା କଲେ ଉତ୍ତର ମିଳିଥାଏ । ଏହାସହିତ ମନରେ ପାଠକୁ ନେଇ କୌତୂହଳ ବଢ଼େ ।




