ବିଜେପିରେ ମିଶିବେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ !

ବିଜେପିରେ ମିଶିବେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ !

ଭଦ୍ରକ : ଭଦ୍ରକ ରାଜନୀତିରେ ହଇଚଇ । ବିଜେପିରେ ମିଶିବାକୁ ଯାଉଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ଗଡ଼ କୁହାଯାଉଥିବା ଭଦ୍ରକ ଜିଲ୍ଲାରେ ଦୁର୍ବଳ ହେଉଛି ବିଜେଡ଼ିର ସାଙ୍ଗଠନିକ ସ୍ଥିତି ।   ୪ ବ୍ଲକ ଅଧ୍ୟକ୍ଷ ପଦ ଛାଡିବା ପରେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ପ୍ରୟାଶକାନ୍ତି ସାମଲ ଓ ପ୍ରଣୀତକାନ୍ତି ସାମଲ ପଦ୍ମ ଧରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି  । ୪ ବ୍ଲକ୍ ଅଧ୍ୟକ୍ଷ ହେଲେ ବନ୍ତ ବ୍ଲକର ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠି, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ । 

Read More ଡିସେମ୍ବର ୩୧ ଯାଏଁ ଇ-କେୱାଇସି ବୃଦ୍ଧି

ଅନ୍ୟପଟେ, ଶନିବାର ସକାଳେ ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବିଜେଡିର ଭଦ୍ରକ ଜିଲା ସାଧାରଣ ସମ୍ପାଦକ ଭାଗିରଥି ବଳ, ଆନ୍ଦୋଳା ସରପଞ୍ଚ କାମଦେବ ମଲିକ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ସମସ୍ତେ ଭାଜପାରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Read More ଜଙ୍ଗଲ ନିଆଁକୁ ରୋକୁଛି AI - ମନ୍ତ୍ରୀ

 

Read More 'ରାଜ ଭବନ' ନାଁ ବଦଳି ହେଲା 'ଲୋକ ଭବନ'

Tags: