ପ୍ରାଚୀ ନଦୀ ପୁନଃରୁଦ୍ଧାର ପ୍ରକଳ୍ପ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ନୂଆଦିଲ୍ଲୀ: ମଇ ୧୯: ପ୍ରାଚୀ ନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟିର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପ୍ରକଳ୍ପରେ ମୋଟ ୭ ଟି ସେତୁ ର୍ନିମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି, ପାଶ୍ୱର୍ ରାସ୍ତା ର୍ନିମାଣ, ପାଚେରି ର୍ନିମାଣ, ମୃତ୍ତିକା/ଜଳ କ୍ଷୟ ରୋକିବା ପାଇଁ ପ୍ରାଚୀର, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ । ପରିକଳ୍ପିତ କାର୍ଯ୍ୟ ସାକାର […]

Samaya Live Picture
Published On

ନୂଆଦିଲ୍ଲୀ: ମଇ ୧୯: ପ୍ରାଚୀ ନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟିର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପ୍ରକଳ୍ପରେ ମୋଟ ୭ ଟି ସେତୁ ର୍ନିମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି, ପାଶ୍ୱର୍ ରାସ୍ତା ର୍ନିମାଣ, ପାଚେରି ର୍ନିମାଣ, ମୃତ୍ତିକା/ଜଳ କ୍ଷୟ ରୋକିବା ପାଇଁ ପ୍ରାଚୀର, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ । ପରିକଳ୍ପିତ କାର୍ଯ୍ୟ ସାକାର ହେଲେ ପ୍ରାଚୀନଦୀ ପୁଣି ଜୀବନ୍ୟାସ ପାଇବ । ନଦୀ ଶଯ୍ୟା ଖନନ ଫଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଜଳରୁ ଲବଣ ଅଂଶ ହ ୍ରାସ ପାଇବ । ଏହା ବ୍ୟତିରେକେ, ଏହି ପ୍ରକଳ୍ପ ଯୋଗୁଁ ଅପାତତଃ ୮୭୦୦ ହେକଫର ଚାଷଜମି ପାଇଁ ଜଳସେଚନବ୍ୟବସ୍ଥା କରାଯାଇପାରିବ । ଫଳତଃ, କୃଷି ମତ୍ସ୍ୟଚାଷ ଓ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ବ୍ୟାପକ ଅଭିବୃଦ୍ଧି ହୋଇ ପାରିବ । ତେବେ ଏହି ପ୍ରକଳ୍ପର ଶୁଭାରମ୍ଭ ନିମନ୍ତେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିବା କଥା ଟୁଇଟରେ ଉଲ୍ଲେଖ କରିଛନ୍ତି ।