ଜାନୁଆରୀ ୧ ରୁ କଡାକଡ଼ି ହେବ ପଲ୍ୟୁସନ ସାର୍ଟିଫିକେଟ

ଜାନୁଆରୀ ୧ ରୁ କଡାକଡ଼ି ହେବ ପଲ୍ୟୁସନ ସାର୍ଟିଫିକେଟ
Samaya Live News Picture
Published On

ଭୁବନେଶ୍ୱର : ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ । ଏହି ଅଭିଯାନ ଜାନୁଆରୀ ୩୧ ଯାଏ ଚାଲିବ । ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି, MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି । ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। PUCC ସାର୍ଟିଫିକେଟ ବାବଦରେ ଆଉଟଲେଟ୍‌ରେ ଲେଖିବାକୁ କହିଛୁ। PUCC କରାଇବାକୁ ସେମାନେ ଆଉଟ୍‌ଲେଟ୍‌ରେ ଲେଖିବେ । ଯାଞ୍ଚରେ ଯେଉଁ ଗାଡ଼ିର ବୈଧ PUCC ନଥିବ, ସେମାନଙ୍କୁ ପେଟ୍ରୋଲ ଡିଜେଲ ମିଳିବନି। ଏନେଇ ସୋମବାର ପରିବହନ ବିଭାଗ, ତୈଳ କମ୍ପାନି ଓ ଡିଲର ସଂଘ ମଧ୍ୟରେ ବୈଠକ ପରେ ସୂଚନା ମିଳିଛି ।

ସେହିପରି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ମଧ୍ୟ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସଚେତନ କରିବେ । ପେଟ୍ରୋଲ ପମ୍ପ ନିକଟରେ PUCC ସାର୍ଟିଫିକେଟ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ । ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ PUCC ଚାଲାଣ କାଟୁଥିଲେ, ଛାଡ଼ କରାଯିବ। 

ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ ଏଥିପାଇଁ ଗାଡ଼ି ଗୁଡିକୁ ନିୟମିତ ବ୍ୟବଧାନରେ ପଞ୍ଜିକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ। ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି ।

 

 

Tags: