ବ୍ରେକ ଫେଲ ହେଲା ପୋଲିସ ଗାଡି,ଅଳ୍ପକେ ବର୍ତ୍ତୀଲେ ଆନ୍ଦୋଳନକାରୀ ଏବଂ ପୋଲିସ

 ବ୍ରେକ ଫେଲ ହେଲା ପୋଲିସ ଗାଡି,ଅଳ୍ପକେ ବର୍ତ୍ତୀଲେ ଆନ୍ଦୋଳନକାରୀ ଏବଂ ପୋଲିସ
Samaya Live News Picture
Published On

ରାୟଗଡା : ଦୁର୍ଘଟଣାରୁ ବର୍ତ୍ତିଲେ ଆନ୍ଦୋଳନକାରୀ । ଆନ୍ଦୋଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାୟଗଡା ଶିରିଗୁଡ଼ାକୁ ଯାଉଥିଲା ଏକ ପୋଲିସ ଭ୍ୟାନ୍ରୁ । ଏହି ସମୟରେ ପୋଲିସ କର୍ମଚାରୀଙ୍କୁ ନେଇ ଯାଉଥିବା ଭ୍ୟାନଟି ବ୍ରେକ୍ ଫେଲ୍ ହୋଇ ଆନ୍ଦୋଳନକାରୀଙ୍କ ଆଡକୁ ମାଡି ଯାଇଥିଲା । ତେବେ ଡ୍ରାଇଭର ବୁଦ୍ଧି ଖଟାଇ ପାଟି କରିବାରୁ ରାସ୍ତାରୁ ଆନ୍ଦୋଳନକାରୀ ମାନେ ଧାଇଁ ପଳାଇଥିଲେ । ସେଠାରେ ଥିବା ଅନେକ ଚେୟାର ଗୁଡିକ ଗାଡି ଧକ୍କାରେ ଭାଙ୍ଗି ଯାଇଥିଲା ।

ପୋଲିସ ଗାଡ଼ିଟି ୩୮ ଜଣ କର୍ମଚାରୀଙ୍କୁ ନେଇ ରାୟଗଡ଼ାରୁ ନବରଙ୍ଗପୁର ଯାଉଥିବାବେଳେ ଅଘଟନର ସମ୍ମୁଖୀନ ହୋଇଥିଲା । ବ୍ରେକ ଫେଲ୍ ହୋଇ ଗାଡିଟି ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଯାଏଁ ମାଡି ଯାଇଥିବାର ଦେଖାଯାଇଥିଲା ।

Tags: