ପୋଲିସ ଏସଆଇ ପରୀକ୍ଷା ସ୍କାମ,ମାମଲା ରୁଜୁକଲା ସିବିଆଇ
ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାରେ ସିବିଆଇ ପକ୍ଷରୁ ମାମଲା ରୁଜୁ I ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କରିଛି ସିବିଆଇ । ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ଆଇଓଙ୍କଠାରୁ ସମସ୍ତ ତଥ୍ୟ ନେଇଛି ସିବିଆଇ । ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଏନେଇ ରୁଜୁ ହୋଇଥିଲା ମାମଲା।
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିବିଆଇ ତଦନ୍ତ ଲାଗି ସୁପାରିଶ କରିଥିଲେ । ଆଉ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ସିବିଆଇ ଆରମ୍ଭ କରିଛି ତଦନ୍ତ । ଏହା ପରେ ଭୁବନେଶ୍ୱର ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୨୬ ଜଣଙ୍କୁ ଗିରଫ କରାଯାଇଛି ଇ ଆଗକୁ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରିବ ସିବିଆଇ I ଗତକାଲି ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାର ଟେକର ସାଗର ଗୌଡ଼କୁ ଗିରଫ କରାଯାଇଥିଲା । ଦୀଘା ମୋଡ୍ୟୁଲ ସମ୍ଭାଳୁଥିଲା ସାଗର । ୧୦୦୦ କୋଟି ଟଙ୍କାର ଆର୍ଥିକ ନେଣଦେଣ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ସିଲିକାନ ଇନଷ୍ଟିଚ୍ୟୁଟ ଲିଙ୍କ ଥିବା ନେଇ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ଏଏସଓ ଲିଖିତ ପରୀକ୍ଷାକୁ ରଦ୍ଧ କରିଛନ୍ତି ହାଇକୋର୍ଟ । ପୁଣି ଥରେ ଡିସେମ୍ବର ୭ ରେ ହେବ ପରୀକ୍ଷା I 


