ପୋଲିସ ଜିପ ଦୁର୍ଘଟଣା : ୩ ଗୁରୁତ୍ତର

ବାରିପଦା: ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସମେତ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି I ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ଆଜି ସକାଳେ ବାରିପଦା ଉପକଣ୍ଠ କୃଷ୍ଣ ଚନ୍ଦ୍ରପୁର ଫାଣ୍ଡିକୁ ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ମହିଳା […]

Samaya Live Picture
Published On

ବାରିପଦା: ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସମେତ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି I ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ଆଜି ସକାଳେ ବାରିପଦା ଉପକଣ୍ଠ କୃଷ୍ଣ ଚନ୍ଦ୍ରପୁର ଫାଣ୍ଡିକୁ ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ମହିଳା ଅଭିଯୁକ୍ତକୁ ନେଇ ଆସୁଥିଲେ। ଏହି ସମୟରେ ଶାଳବଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଘୁଷୁରୀ ବୋଝେଇ ଟ୍ରକ୍‌ ସହ ପୁଲିସ୍‌ ଜିପ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲା ବେଳେ ତାଙ୍କ ସାଙ୍ଗରେ ଥିବା ମହିଳା ଅଭିଯୁକ୍ତ ମଧ୍ୟ ଆହତ ହୋଇଥିଲେ। ପୁଲିସ ଗାଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।