ଭଦ୍ରକରେ ପୋଲିସ ଏନକାଉଣ୍ଟର
ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଓରଫ ପ୍ରଫୁଲ୍ଲ ମଲ୍ଲିକ ଗୁରୁତର । ପପୁ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି । ଏନକାଉଣ୍ଟର ବେଳେ ଜଣେ ପୋଲିସ ASI, ଜଣେ କନେଷ୍ଟବଲ୍ ଏବଂ ଜଣେ ପୋଲିସ ଇନସ୍ପେକ୍ଟର ଆହତ ହୋଇଛନ୍ତି।
ସୂଚନାନୁସାର, ଗତ ବିଳମ୍ବିତ ରାତିରେ ସୋର ଅଞ୍ଚଳର ପ୍ରଫୁଲ୍ଲ ଓ ତାର ସହଯୋଗୀ ଭଦ୍ରକର ନୂଆସାହି ଜଙ୍ଗଲ ନିକଟରେ ଲୁଟ୍ ଯୋଜନା କରୁଥିଲେ । ଖବରପାଇ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୋଲିସ ମିଳିତ ଅପରେସନ୍ କରିଥିଲେ । ଏହି ସମୟରେ ପପୁର ଜଣେ ସହଯୋଗୀ ଫେରାର ହୋଇ ଯାଇଥିବା ବେଳେ ପାଉ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଜବାବରେ ପୋଲିସ ଗୁଳି ଚଳାଇଥିଲା । ପପୁ ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନାଁରେ ୨୨ରୁ ଅଧିକ ହତ୍ୟା, ରାହାଜାନୀ ଭଳି ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।
Tags:




