ମହିଳାଙ୍କ ପାଇଁ ଉଇ କେୟାର ସାଥୀ ଆପ୍ ଲଞ୍ଚ୍ କଲେ ପୁଲିସ କମିଶନର

ମହିଳାଙ୍କ ପାଇଁ ଉଇ କେୟାର ସାଥୀ ଆପ୍ ଲଞ୍ଚ୍ କଲେ ପୁଲିସ କମିଶନର
Samaya Live News Picture
Published On

ଭୁବନେଶ୍ଵର : ଉଚ୍ଚ ଶିକ୍ଷାନୁଷ୍ଠାନର 'ଶକ୍ତିଶ୍ରୀ' ଆପ ଲଞ୍ଚ ପରେ ମହିଳାମାନଙ୍କ ସୁରକ୍ଷା ପାଇଁ  କମିଶନରେଟ୍ ପୁଲିସର ବଡ଼ ପଦକ୍ଷେପ । ଉଇ କେୟାର ସାଥୀ ଆପ୍ ଲଞ୍ଚ୍ କଲେ ପୁଲିସ କମିଶନର। ବିପଦ ସମୟରେ ଏଥିରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍‌କୁ ଦବାଇଲେ ତୁରନ୍ତ ସହାୟତା ମିଳିବ । ଆପ୍‌ରେ ମେସେଜ୍ କଲେ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବ । ​​​​​​​

ଆପ୍‌ର SOS ବଟନ୍‌କୁ ଥରେ ଟ୍ୟାପ୍ କଲେ, ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ । ଲାଇଭ୍ ଲୋକସେସନ୍ ଅନୁସାରେ ଉପଭୋକ୍ତାଙ୍କର GPS ଲୋକେସନ୍ ଏବଂ ଫଟୋଗୁଡ଼ିକ ସିଧାସଳଖ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଚାଲିଯାଏ । ଫଟୋ ଉଠିବା ପରେ, ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍‌ର ଡାଏଲପ୍ୟାଡ୍‌କୁ ୧୧୨ (112) ନମ୍ବରକୁ ନେଇଯାଏ, ଯାହାଫଳରେ ଆପଣ ପୁଲିସ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ କଥା ହୋଇପାରିବେ । କଲ୍ ସରିବା ପରେ, ଏହା ଏକ କ୍ଷୁଦ୍ର ଭିଡିଓ ରେକର୍ଡ କରି ପଠାଇବାର ବିକଳ୍ପ ଦେଇଥାଏ ।

ଏହି ସୁବିଧାକୁ ପାଇବା ପାଇଁ ଗୁଗଲ ପ୍ଲେ ଷ୍ଟୋର ମାଧ୍ୟମରେ We Care - Saathi ଆପ୍‌କୁ ନିଜ ଆଣ୍ଡ୍ରଏଡ୍ ଫୋନ୍‌ରେ ଡାଉନଲୋଡ୍ କରିପାରିବେ।

Tags: