ସୌମ୍ୟ ହତ୍ୟା ଘଟଣାରେ ନିର୍ଦ୍ଦୋଷଙ୍କୁ ବାନ୍ଧିଛି ପୋଲିସ - ପରିବାର

ସୌମ୍ୟ ହତ୍ୟା ଘଟଣାରେ ନିର୍ଦ୍ଦୋଷଙ୍କୁ ବାନ୍ଧିଛି ପୋଲିସ - ପରିବାର
Samaya Live News Picture
Published On

ବାଲିଅନ୍ତା : ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ତରବରିଆ ଭାବରେ ନିର୍ଦ୍ଧଷଙ୍କୁ ବାନ୍ଧିଚି ପୋଲିସ । ଏନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଛନ୍ତି ସେମାନଙ୍କ ପରିବାର ଲୋକେ । ଅପରାଧସ୍ଥଳରେ ନଥିବା ୪ଜଣ ଅଭିଯୁକ୍ତଙ୍କୁ ଜବରଦସ୍ତି ମାମଲାରେ ଛନ୍ଦି ଦିଆଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏ ନେଇ ଗିରଫ ୪ ଜଣଙ୍କ ପରିବାର କ୍ରାଇମବ୍ରାଞ୍ଚ ରେ ଦ୍ବାରସ୍ଥ ହୋଇଛନ୍ତି । ସିସିଟିଭି ଫୁଟେଜ ସହ କ୍ରାଇମବ୍ରାଞ୍ଚ ଅଧିକାରୀ ଙ୍କୁ ଭେଟି ପ୍ରମାଣ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ କୌଣସି ଘରୋଇ କାର୍ଯ୍ୟାଳୟରେ କାମ କରନ୍ତି । ଘଟଣା ଦିନ ସେମାନେ କାର୍ଯ୍ୟାଳୟରେ ରହିଥିବା ସମୟରେ ପ୍ରମାଣ ରହିଛି ।  

ସୂଚନାନୁସରେ, ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କ ଘର ହେଉଛି ବାଲିଅନ୍ତା ଥାନା ଅଧୀନ ବେଣୁପୁର ଗାଁର ଗୁଡ଼ିଆ ସାହିରେ । ସେମାନଙ୍କ ମଧ୍ୟରୁ ୨ଜଣ କୌଣସି ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣେ ମୋବାଇଲ୍ ସଜାଡ଼ିବା ପାଇଁ ହଂସପାଳର ମୋବାଇଲ୍ ମରାମତି ଦୋକାନକୁ ଯାଇଥିଲା । ଅନ୍ୟ ଜଣେ ବାଇକରେ ତେଲ ଭରିବା ପାଇଁ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲା ବୋଲି ସେମାନଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇ ତଦନ୍ତକାରୀ ଅଧିକାରୀଙ୍କୁ ଭେଟି କହିଛନ୍ତି । ଘଟଣାଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ହଂସପାଳ-ନିମାପଡ଼ା ରାସ୍ତାରେ ନିର୍ମାଣଧୀନ କୋଠା ପଛରେ ଏହି ବର୍ବରକାଣ୍ଡ ଘଟିଥିଲା । ଏହି ଘଣ୍ଟାଏ ଭିତରେ ଲୋକମାନେ ସଂଘବଦ୍ଧ ଭାବେ ସୌମ୍ୟଙ୍କୁ ପିଟି ପିଟି ମାରିଦେଇଥିଲେ ।

 

 

 

Tags: