ବ୍ରାଉନ୍ସୁଗାର କାରବାରରେ ପରିବାରର ୪ ସଦସ୍ୟଙ୍କୁ ବାନ୍ଧିଲା ପୋଲିସ
ଅନୁଗୋଳ : ବାରମ୍ବାର ଚଢ଼ାଉ ସତ୍ତ୍ୱେ ଅନୁଗୋଳରେ ଥମୁନାହିଁ ବ୍ରାଉନ୍ସୁଗାର ବେପାର । ଗତ ୮ ତାରିଖ ଦିନ ସହରରେ ଥିବା ଏକ ବନ୍ଦ ଭେଣ୍ଡିଂ ଜୋନ ନିକଟରେ ବ୍ରାଉନ୍ସୁଗାର ବେପାର ଚାଲିଥିବାବେଳେ ୭ ଜଣଙ୍କୁ ଧରିଥିଲା ପୋଲିସ । ସେମାନଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ ୯ ଲକ୍ଷ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଥିଲା । ସେହିପରି ଶୁକ୍ରବାର ଦିନ ପୁଣି ଅନୁଗୋଳ ଜିଲା ପୁଲିସର ସ୍ପେସିଆଲ ସ୍ୱାର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ତୁରଙ୍ଗ ଗ୍ରାମର ରାଜନଗର ସାହିର ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରାଯିବ। ସହ ସେମାନଙ୍କ ଠାରୁ ପ୍ରାୟ ୯ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ କରିଛି । ଚଢ଼ାଉ ପରେ ମଧ୍ୟ ଭୟଭୀତ ନହୋଇ କାରବାର ଖୁଲମଖୁଲା ଚଳାଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ତୁରଙ୍ଗ ଗ୍ରାମର ସଞ୍ଜୟ ବେହେରା, ତାଙ୍କ ପତ୍ନୀ ମାମା ବେହେରା, ସଞ୍ଜୟଙ୍କ ଭାଇ ମାନସ ବେହେରା ଓ ଦେବ ବେହେରା । ଅପରାହ୍ନ ୪ଟା ୩୦ ମିନିଟ ସମୟ ବେଳକୁ ଏହି ଚଢ଼ାଉ କରାଯାଇ ଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାଙ୍କୁ ଆଣି ଅଧିକ ତଦନ୍ତ କରୁଛି ପୁଲିସ । ଏହି କାରବାରରୁ ଏତେ ପରିମାଣର ଟଙ୍କା ଜବତ କରାଯାଇ ଥିବାରୁ ଏହା ପଛରେ ବଡ଼ ଧରଣରେ ରାକେଟ କାମ କରୁଥିବାର ପୁଲିସ ଅନୁମାନ କରୁଛି । ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ,ଅନୁଗୋଳ ଜିଲ୍ଲାରେ ବାରମ୍ବାର ଅବକାରୀ ବିଭାଗର ଚଢ଼ାଉ ସତ୍ୱେ ବ୍ରାଉନସୁଗାର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପୋଲିସ କୁ ଭୟ ନକରି ବେଧଡକ କାରବାର ଚାଲିଛନ୍ତି ନିଶା ବେପାରୀ ।




