ସୁଧିର ପାତ୍ର ହତ୍ୟା ଘଟଣା ଆଉ ୪ ଅପରାଧୀଙ୍କୁ ଖୋଜୁଛି ପୋଲିସ

ସୁଧିର ପାତ୍ର ହତ୍ୟା ଘଟଣା ଆଉ ୪ ଅପରାଧୀଙ୍କୁ ଖୋଜୁଛି ପୋଲିସ
Samaya Live News Picture
Published On

ବ୍ରହ୍ମପୁର : ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ଅପହରଣ ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସଂପୃକ୍ତ ୯ରୁ ଅଧିକ ଲୋକଙ୍କୁ ଗିରଫ କରିଛି ଗୋପାଳପୁର ପୋଲିସ  । ତେବେ ବର୍ତ୍ତମାନ ସୁଦ୍ଧା ଗୁଳି ଫୁଟାଇଥିବା ଅଭିଯୁକ୍ତଙ୍କ ସହ ଅନ୍ୟ ୪ ଜଣଙ୍କ ଟେର ମିଳିପାରି ନାହିଁ । ପୋଲିସ ସେମାନଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ରାଜ୍ୟ ବାହାରକୁ ଫେରାର ହୋଇଥିବା ନେଇ ଅନୁମାନ କରାଯାଉଛି। ପୋଲିସ ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ଜାଲ ବିଛାଇଛି । ଏହି ମାମଲାରେ ସୁଧୀର ଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାରଙ୍କ ସମେତ ୯ ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି । 

ଘଟଣା ଦିନ ଘଟଣା ସ୍ଥଳ ରେ ତିନି ଅଭିଯୁକ୍ତଙ୍କ ହାତରେ ଥିଲା ପିସ୍ତଲ ହେଲେ ଫୁଟାଇ ଥିଲା ଜଣେ । ପୋଲିସ ସୁରତ ଅଞ୍ଚଳରୁ ଆସିଥିବା ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପଙ୍କୁ ଧରିବା ସହ ତାଙ୍କ ଠାରୁ ପିସ୍ତଲ ଓ ଅଫୁଟା ଗୁଳି ଜବତ କରିସାରିଥିଲା । ସେପଟେ ଅନ୍ୟତମ ଅଭିଯୁକ୍ତ ନାରାୟଣ ପ୍ରଧାନ ଧରିଥିବା ପିସ୍ତଲକୁ ଘଟଣା ସ୍ଥଳରୁ ଫେରାର ସମୟରେ ଆଶିଷ ମହାପାତ୍ର ଓ ନାରାୟଣ ମିଶି ସେହି ପିସ୍ତଲକୁ ନାରାୟଣ ବାଘୁଆ ଡ୍ୟାମରେ ଫୋପାଡ଼ି ଦେଇଥିବା ସିନ ରିକ୍ରିଏସନ ବେଳେ କହିଥିଲେ ।

ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ୩ଟି ବନ୍ଧୁକରୁ ଗୋଟିଏ କୁଆଡେ ଫେରାର ଥିବା ଅଭିଯୁକ୍ତ ମଧ୍ୟରୁ ଜଣେ ଆଣିଥିଲେ । ବାକି ୨ଟି ବ୍ୟବହୃତ ବନ୍ଧୁକ ଦୁଇ ଅଭିଯୁକ୍ତ ବ୍ୟବହାର କରିଥିବା ବେଳେ ସେମାନେ ଗିରଫ ହୋଇ ଜେଲରେ ଅଛନ୍ତି । ବର୍ତ୍ତମାନ ଘଟଣାର ମୁଖ୍ୟ ଅଭିଯୁକ୍ତ ନିବେଦିତାଙ୍କ ମାଆ, ମାମୁଁଙ୍କୁ ପୋଲିସ ଜେରା କରି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ କରିବ ବୋଲି ସୂଚନା ମିଳୁଛି  ।

Tags: