ସ୍କୁଲ ନଳକୂପରେ ବିଷ !

ସ୍କୁଲ ନଳକୂପରେ ବିଷ !

ମାଲକାନଗିରି : ସ୍କୁଲରେ ଥିବା ଏକ ନଳକୂପରେ ବିଷ ମିଶା ଯାଇଥିବା ସନ୍ଦେହ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସିନ୍ଧବେଡା ଉଚ୍ଚ ପ୍ରାଥମିକ ସ୍କୁଲରେ ଅଭାବନୀୟ ସ୍ଥିତି ଦେଖା ଦେଇଛି । ମଧ୍ୟାହ୍ନ ଭୋଜନ ପାଇଁ ବୋରୱେଲକୁ ପାଣି କାଢ଼ିବାକୁ ଯାଇ ପାଣି ଗନ୍ଧ ହେବା ସହ ଫେଣ ବାହାରୁଥିବାର ଦେଖିଥିଲେ ପାଚିକା । ଏନେଇ ସେ ତୁରନ୍ତ ସ୍କୁଲ କର୍ତୃପକ୍ଷଙ୍କୁ ଅବଗତ କରାଇବାରୁ ଏକ ବଡ଼ ବିପଦ ଟଳିଯାଇଛି । ଏହାପରେ ପିଲାଙ୍କୁ ପାଣି ବ୍ୟବହାର କରିବାକୁ ବାରଣ କରାଯିବା ସହ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ମାଥିଲି ଥାନାରେ ଏତଲା ଦିଆଯାଇଛି ।

ସମ୍ବନ୍ଧିତ ଖବର ହସ୍ପିଟାଲରେ ଆଖି ବୁଜିଲେ ଆତ୍ମାହୁତି ପୀଡିତା

Tags: