ସମସ୍ତ ସହର ପାଇଁ ପିଏନଜି ସଂଯୋଗ ବାଧ୍ୟତାମୂଳକ - ମନ୍ତ୍ରୀ

ସମସ୍ତ ସହର ପାଇଁ ପିଏନଜି ସଂଯୋଗ ବାଧ୍ୟତାମୂଳକ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଏଣିକି ପିଏନଜି ସଂଯୋଗ ବାଧ୍ୟତାମୂଳକ । ୩ ମାସ ମଧ୍ୟରେ ବଡ଼ ସହର ଗୁଡିକୁ ପିଏନଜି ସଂଯୋଗ ଦିଆଯିବ । ଏଲପିଜି ବଦଳରେ ଏବେ ପାଇପ୍ ଯୋଗେ ପିଏନ୍‌ଜି ଯୋଗାଇ ଦିଆଯିବ ।  ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ମଧ୍ୟ ପିଏନଜି ସୁବିଧା ପାଇବେ । ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ଏଲ୍‌ପିଜି ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଗାଁ ଗୁଡିକୁ ପୂର୍ବଭଳି ଏଲପିଜି ଯୋଗାଣ ଜାରି ରହିବ ।  

ଗ୍ୟାସ୍‌ କଳାବଜାରୀ ରୋକିବାକୁ e-KYC ବ୍ୟବସ୍ଥା ଆପଣାଯିବ । e-KYC ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ୍‌ ନେଇପାରିବେନି । ତେବେ ଯେଉଁମାନେ ପିଏନଜି କନେକ୍ସନ ନେଇଛନ୍ତି, ସେମାନଙ୍କୁ ଏଲପିଜି ମନା ବୋଲି ମନ୍ତ୍ରୀ କହିଛନ୍ତି ।

ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍‌ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି ।

ଏନେଇ ଲୋକସଭା ପ୍ରଶ୍ନକାଳରେ କେନ୍ଦ୍ର ଶକ୍ତିମନ୍ତ୍ରୀ ବୟାନ ଦେଇଥିଲେ । ସେ କହିଥିଲେ ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ଼ ସହରରେ ଏହି ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । 
 

Tags: