ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଶୁଭ ଜନ୍ମଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି,ଓଡ଼ିଶାର କଠିନ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି । ତାଙ୍କର ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । 

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ରାତ୍ରିକାଳୀନ ସ୍ୱଚ୍ଛତା କାର୍ଯ୍ୟର ପରିଦର୍ଶନ କଲେ ସଚିବ ଉଷା ପାଢ଼ୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ସରଳ ବ୍ୟକ୍ତିତ୍ୱ ଭାବେ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ୨୦୨୪ରେ କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ କର୍ମୀ, ନେତୃବୁନ୍ଦଙ୍କ ସମେତ ସାରା ଦେଶରୁ ତାଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ବାର୍ତ୍ତା ଆସୁଛି । ସାଢେ ୪ କୋଟି ଓଡ଼ିଆଙ୍କ ମୁଖିଆଙ୍କୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଜନ୍ମଦିନ ପାଇଁ ଶୁଭକାମନା ଜଣାଉଛନ୍ତି । 

ସମ୍ବନ୍ଧିତ ଖବର ବିଳମ୍ବରେ ଆସିବାରୁ ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ବାରଣ କଲେ ଜିଲ୍ଲାପାଳ

Tags: