ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ ବୁକିଂ ଆବେଦନ

ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ ବୁକିଂ ଆବେଦନ
Samaya Live News Picture
Published On

କଟକ : ନଭେମ୍ବର ୧୪ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା । ପ୍ଲଟ ବୁକିଂ ପାଇଁ ଆଜିଠାରୁ ହେଉଛି ଆବେଦନ । ଚଳିତ ବର୍ଷ ବ୍ୟବସାୟୀ ଏବଂ ଷ୍ଟଲ୍ ମାଲିକମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ଉଭୟ ମାଧ୍ୟମରେ ଆବେଦନ କରିବାର ବ୍ୟବସ୍ଥା କରାଯାଇଛି । ବାରବାଟୀ ପ୍ୟାଲେସଠାରେ ଆବେଦନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠୁ ଆରମ୍ଭ ହୋଇ ୧୭ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ଆବେଦନ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୨ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ।

ନିଲାମ ପରେ ଯେଉଁ ପ୍ଲଟ୍‌ଗୁଡ଼ିକ ବଳକା ରହିଯିବ, ସେଗୁଡ଼ିକୁ ସ୍ପଟ୍ ନିଲାମରେ ବିକ୍ରି କରାଯିବ । ଏଥର ବାଲିଯାତ୍ରା ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବା । ତଳ ପଡ଼ିଆରେ ୧୪୫୨ଟି ଓ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍‌ ହେବ । ପ୍ଲଟ୍‌ଗୁଡ଼ିକର ମୂଲ୍ୟ ବର୍ଗଫୁଟ ପିଛା ୬୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

Tags: