ବିମାନବନ୍ଦରରେ ମହାପ୍ରସାଦ ବିକିବା ନେଇ ଯୋଜନା
ଭୁବନେଶ୍ୱର : ଜୁନ୍ ୦୮: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ବିକିବାକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୋଜନା ପ୍ରସ୍ତୁତ ଚାଲିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରକୁ ନଯାଇ ବହୁ ବିଦେଶୀ ଅନ୍ନପ୍ରସାଦ ପାଇବାର ସୁଯୋଗ ପାଇପାରିବେ । ଏନେଇ ନିକଟରେ ବିମାନବନ୍ଦରର ଉପଦେଷ୍ଟା କମିଟିଙ୍କ ବୈଠକରେ ବସିଥିଲା । ସଦସ୍ୟମାନେ ମହାପ୍ରଭୁଙ୍କ ପ୍ରସାଦ ଯେପରି ପୁରୀ ଯାଉନଥିବା ରାଜ୍ୟ ବାହାରର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ, ସେନେଇ ବ୍ୟବସ୍ଥା […]
ଭୁବନେଶ୍ୱର : ଜୁନ୍ ୦୮: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ବିକିବାକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୋଜନା ପ୍ରସ୍ତୁତ ଚାଲିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରକୁ ନଯାଇ ବହୁ ବିଦେଶୀ ଅନ୍ନପ୍ରସାଦ ପାଇବାର ସୁଯୋଗ ପାଇପାରିବେ ।
ଏନେଇ ନିକଟରେ ବିମାନବନ୍ଦରର ଉପଦେଷ୍ଟା କମିଟିଙ୍କ ବୈଠକରେ ବସିଥିଲା । ସଦସ୍ୟମାନେ ମହାପ୍ରଭୁଙ୍କ ପ୍ରସାଦ ଯେପରି ପୁରୀ ଯାଉନଥିବା ରାଜ୍ୟ ବାହାରର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ, ସେନେଇ ବ୍ୟବସ୍ଥା କରିବାକୁ କହିଥିଲେ । ରାଜ୍ୟ ବାହାରରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥଙ୍କ ମହାପ୍ରସାଦ ପାଇବେ ସେନେଇ ବ୍ୟବସ୍ଥା କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ପରିସରକୁ ନିଲାମ ନେଇଥିବା ସଂସ୍ଥା ସହ ଏନେଇ ଆଲୋଚନା କରିଛନ୍ତି । ହେଲେ କେହି ଏନେଇ ଆଗ୍ରହ ଦେଖାଉନଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବା ଜଣେ ଅଧିକାରୀ କହିଛନ୍ତି ।




