ମଞ୍ଚ ଚଢି ପାରିବେ ନାହିଁ ପିୟୁଷ ତ୍ରିପାଠୀ,କୋର୍ଟ ଲଗାଇଲେ ରୋକ

ମଞ୍ଚ ଚଢି ପାରିବେ ନାହିଁ ପିୟୁଷ ତ୍ରିପାଠୀ,କୋର୍ଟ ଲଗାଇଲେ ରୋକ

ଭୁବନେଶ୍ୱର :  ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅଦାଲତୀ ଝଟକା । ମଞ୍ଚ ଚଢ଼ି ପାରିବେନି ପୀୟୂଷ ତ୍ରିପାଠୀ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ କୋର୍ଟ ଲଗାଇଛନ୍ତି ରୋକ । ସ୍ବପ୍ନ ମହଲ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୀୟୂଷଙ୍କ ଉପରେ ରୋକ୍ ଲାଗିଛି ।

ସମ୍ବନ୍ଧିତ ଖବର ଛାତ୍ର ପୋଡି ଘଟଣାରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ

ଅପେରା ସୂର୍ଯ୍ୟମନ୍ଦିରରେ ଥିବା ବେଳେ ସିଂହବାହିନୀ ସହ ଯୋଡ଼ି ହେବାକୁ ଇଚ୍ଛା କରିଥିଲେ ପୀୟୂଷ । ଏନେଇ ସୁର୍ଯ୍ୟମନ୍ଦିର ମାଲିକ କୋର୍ଟରେ ପିଟିସନ ଦାଖଲ କରିଥିଲେ । ପୂର୍ବରୁ ଚୁକ୍ତିଖିଲାପ ନେଇ ପୀୟୂଷଙ୍କ ଉପରେ ବର୍ଷେ ପାଇଁ ମଞ୍ଚ ଚଢ଼ିବାକୁ ବାରଣ ଲଗାଇଥିଲା ଯାତ୍ରା ମାଲିକ ସଂଘ । ଏହା ପରେ ଜାନୁଆରୀ ୫ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ । ବର୍ତ୍ତମାନ ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ ଆରମ୍ଭ କରିଥିଲେ । 

ସମ୍ବନ୍ଧିତ ଖବର ସ୍ମାର୍ଟ ମିଟର ଲଗାଇବାକୁ ସରକାରଙ୍କ ଘୋଷଣା

ସୂଚନାନୁସାରେ,ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା । ମାତ୍ର ଚୁକ୍ତି ସରି ନ ଥିଲା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ । ଏହାକୁ ନେଇ ସୁର୍ଯ୍ୟମନ୍ଦିର ମାଲିକ ସମୀର କୁମାର ତ୍ରିପାଠୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢିବାକୁ ପୀୟୂଷଙ୍କୁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର ଓ ମାଇ ଗଡରେ ରାଣୀ

Tags: