ପିପିଲି ଉପନିର୍ବାଚନ: ଦିନ ୧୧ ସୁଦ୍ଧା ୨୪. ୭୬ ପ୍ରତିଶତ ମତଦାନ

ପିପିଲି: ସେପ୍‌ଟେମ୍ବର ୩୦ : ଆଜିଠାରୁ ଆରମ୍ଭ ହୋଇଛି ପିପିଲି ଉପନିର୍ବାଚନ ପାଇଁ ଭୋଟ । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ସେଥିପାଇଁ ରାଜ୍ୟ ରାଜନୀତିରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି । ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ % ମତଦାନ ହୋଇଥିବା ଖବର ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ଚାଲିଛି ବୋଲି ସିଇଓ ସୁଶିଲ ଲୋହାନୀ ଏକ ପ୍ରେସ୍‌ମିଟ୍‌ ଡ଼କାଇ କହିଛନ୍ତି । ଧୀରେ ଧୀରେ ଭୋଟରଙ୍କ […]

Samaya Live Picture
Published On

ପିପିଲି: ସେପ୍‌ଟେମ୍ବର ୩୦ : ଆଜିଠାରୁ ଆରମ୍ଭ ହୋଇଛି ପିପିଲି ଉପନିର୍ବାଚନ ପାଇଁ ଭୋଟ । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ସେଥିପାଇଁ ରାଜ୍ୟ ରାଜନୀତିରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି । ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ % ମତଦାନ ହୋଇଥିବା ଖବର ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ଚାଲିଛି ବୋଲି ସିଇଓ ସୁଶିଲ ଲୋହାନୀ ଏକ ପ୍ରେସ୍‌ମିଟ୍‌ ଡ଼କାଇ କହିଛନ୍ତି । ଧୀରେ ଧୀରେ ଭୋଟରଙ୍କ ସଂଖ୍ୟା ବଢୁଛି, ଆଗକୁ ମଧ୍ୟ ଆହୁରି ଭୋଟରଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ନୂଆ ଭୋଟର ଓ ବୟସ୍କ ଭୋଟରମାନେ ନିଜ ମତଦାନ କରି ଖୁସି ଥିବା ଦେଖାଯାଇଛି ।
ଅନ୍ୟପକ୍ଷରେ, ୬ଟି ଭିଭିପିଏଟି ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି । ପରବର୍ତ୍ତୀ ସମୟରେ ସମସ୍ୟାର ସମାଧାନ କରାଯାଇ ଭୋଟ ଗ୍ରହଣ ଚାଲିଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ପିପିଲିରେ ମତଦାନ ଚାଲିବ । ଦୁଇ ଦୁଇଥର ଉପନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ଭୋଟିଂ ଚାଲିଛି । ପିପିଲି ରାଜନୀତି ମଇଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜର ମତ ସାବ୍ୟସ୍ତ କରିସାରିଛନ୍ତି । ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ ଚନ୍ଦ୍ରାଦେଇପୁର ପଞ୍ଚାୟତର କମାକନ୍ତିଆ ବୁଥ୍‌ରେ ନିଜ ଭୋଟ ଦେଇଥିବା ବେଳେ ବିଜେଡି ପାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପାଣିଦୋଳପୁର ବୁଥ୍‌ରେ ନିଜ ଭୋଟ ଦେଇଛନ୍ତି । କଂଗ୍ରେସ ପାର୍ଥୀ ନିଜ ଗ୍ରାମ ରେଙ୍ଗଲ ପଞ୍ଚାୟତର ଝାରପଡ଼ା ଗ୍ରାମର ୫ ନମ୍ବର ବୁଥ୍‌ରେ ନିଜ ମତଦାନ କରିଛନ୍ତି ।
ସୂଚନାଥାଉ ଯେ, ପିପିଲି ଉପନିର୍ବାଚ ମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୯୮ଭୋଟର ନିଜର ମତାଧିକାର କରିବେ । ସେଥିପାଇଁ ମୋଟ୍‌ ୩୪୮ଟି ବୁଥ୍‌ ପିପିଲିରେ ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ୨୦୧ଟି ବୁଥ୍‌ ସମ୍ବେଦନଶୀଳ ରହିଥିଲା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ସମସ୍ତ ବୁଥ୍‌ରେ କଡ଼ା ସୁରକ୍ଷା କରାଯାଇଛି । ୨୨ ପ୍ଲାଟୁନ୍‌ ଆର୍ମଡ୍‌ ପୋଲିସ ଫୋର୍ସ ସହିତ ୩ଟି କମ୍ପାନୀ ବିଏସ୍‌ଏଫ୍‌ଙ୍କୁ ନିୟୋଜିତ କରାଯାଇଛି ।