ଧାଡି ଦର୍ଶନ ପାଇଁ ପାଇଲଟ ରା଼ମ୍ପ , ୭-୮ ଦିନ ମଧ୍ୟରେ ସରିବ କାମ

ଧାଡି ଦର୍ଶନ ପାଇଁ ପାଇଲଟ ରା଼ମ୍ପ , ୭-୮ ଦିନ ମଧ୍ୟରେ ସରିବ କାମ
Samaya Live News Picture
Published On

ଭୁବନେଶ୍ୱର : ୭ ରୁ ୮ ଦିନ ମଧ୍ୟରେ ଧାଡି ଦର୍ଶନ ପାଇଲଟ ରାମ୍ପର ସରିବ ନିର୍ମାଣ । ଆଇଆଇଟି ଭୁବନେଶ୍ୱରର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ । ୫ ମିନିଟ୍ ମଧ୍ୟରେ ଖୋଲା ଯାଇ ପୁଣି ବନ୍ଦ୍ ହୋଇପାରିବ ଫୋଲ୍ଡିଂ ରାମ୍ପ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ଦେଖାଯିବ । ସେମାନଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ସଂଶୋଧନ କରାଯିବ । ନଚେତ୍ ଅନୁମତି ପାଇଲେ ଏହା କାର୍ଯ୍ୟକ୍ଷମ ହେବ । ୬ ଥାକିଆ ରାମ୍ପ ପାଇଁ ବ୍ୟବସ୍ଥା ହେବ । ୩ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ କହିଛନ୍ତି ଆଇନ ମନ୍ତ୍ରୀ । 

ସେହିପରି ଶ୍ରୀମନ୍ଦିରରେ ସହରବାସୀଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଟେକ୍ନୋଲୋଜି ମଡେଲ । ଉତ୍ତରଦ୍ୱାରରେ ସହରବାସୀ ଶ୍ରୀମନ୍ଦିର ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ବାୟୋମେଟ୍ରିକ୍ସ ବ୍ୟବସ୍ଥା ମାଧ୍ୟମରେ ଏହି ବ୍ୟବସ୍ଥାକୁ ସହଜ କରାଯାଉଛି । ସହରବାସୀଙ୍କ ସହଜ ସୁବିଧା ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Tags: