ତୀର୍ଥଯାତ୍ରୀ ବସ ଓଲଟି ୬ ଆହତ

ତୀର୍ଥଯାତ୍ରୀ ବସ ଓଲଟି ୬ ଆହତ
Samaya Live News Picture
Published On

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପୁରୁଣାପାଣି ଛକ ନିକଟରେ ମଙ୍ଗଳବାର ସକାଳେ ତୀର୍ଥଯାତ୍ରୀ ବସ ଓଲଟି ଭୟଙ୍କର ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି, ଅନେକ ଆହତ ହୋଇଥିବାର ସୂଚନା ରହିଛି ।

ସୂଚନା ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡ୍ରାଇଭର ଭାରସାମ୍ୟ ହରାଇ ବସଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ବସଟି କାଶୀରୁ ଆନ୍ଧ୍ରପ୍ରଦେଶ ଫେରୁଥିବା ବେଳେ ୪୦ରୁ ଅଧିକ ତୀର୍ଥଯାତ୍ରୀ ଥିଲେ।

ସମସ୍ତଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନାରେ ଚିକିତ୍ସା ଦିଆଯାଇଥିଲା, ପରେ ଗୁରୁତରଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବେତନଟୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: