ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ
ସୋର: ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ । କୋଲକାତାରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବାବେଳେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଇଲେକ୍ଟ୍ରି ଅଫିସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ ।
ସୂଚନା ଅନୁଯାୟୀ, କୋଲକାତା ହୁଗୁଳି ଚଣ୍ଡୀକଳାରୁ ୬୦ଜଣ ଯାତ୍ରୀଙ୍କ ନେଇ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲା ଓଡ଼ିଶୀ ନାମକ ଏକ ଘରୋଇ ତୀର୍ଥ ଯାତ୍ରୀ ବସ । ତେବେ ସିମୁଳିଆ ଇଲେକ୍ଟ୍ରି ଅଫିସ ନିକଟସ୍ଥ ଡାଇଭର୍ସନରେ ହଠାତ୍ ବସର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଯାତ୍ରୀ ଓ ଅନ୍ୟମାନେ ବସକୁ ଠେଲି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ଏକ ଗ୍ୟାସ ଟ୍ୟାଙ୍କରକୁ ପଛରୁ ଧକ୍କା ଦେଇଥିଲା । ଏହାପରେ ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ତୀର୍ଥଯାତ୍ରୀ ବସକୁ ପାର୍ଶ୍ୱରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ଟ୍ୟାଙ୍କରଟି ପଳାଇ ଯାଇଥିବା ବେଳେ ଟ୍ରକର ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଥିଲା ବେଳେ ଟ୍ରକର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।




