ଜଙ୍ଗଲରେ ବୋମା ମାଡି ଘୁଷୁରୀ ଚରାଳୀଙ୍କ ମୃତ୍ୟୁ

ଜଙ୍ଗଲରେ ବୋମା ମାଡି ଘୁଷୁରୀ ଚରାଳୀଙ୍କ ମୃତ୍ୟୁ
Samaya Live News Picture
Published On

ଗଞ୍ଜାମ : ଘୁଷୁରୀ ଚରାଉଥିବା ବେଳେ ବଡ଼ ଅଘଟଣ । ଜଙ୍ଗଲ ଭିତରେ ପଡିଥିବା ବୋମାରେ ପାଦ ପଡ଼ିଯିବାରୁ ଜଣେ ଘୁଷୁରୀ ଚରାଳୀଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ । କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ସେଠାରେ ହାତ ବୋମା ଖଞ୍ଜିଥିବା ବେଳେ ଅସାବଧାନତା ବଶତଃ ତାକୁ ମାଡି ଦେଇଥିଲେ ଦିଗପହଣ୍ଡି ବ୍ଲକ ନୂଆ ମଳାଭଣଞ୍ଜା ବନ୍ଧସାହିର ଜି.ରାଜା ।

ବୋମା ବିସ୍ଫୋରଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ କେ ସି ଜି ସ୍ଥାନାନ୍ତର କରାଯାଇଥିଲା  l ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପୋଷ୍ଟମର୍ଟର ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ୍ । ତେବେ ସେଠାରେ ବୋମା କେଉଁଠାରୁ ଆସିଲା ଏବଂ କିଏ ତାକୁ ସେଠାରେ ଖଞ୍ଜିଥିଲା ଏହାକୁ ତନାଘନା କରୁଛି ପୋଲିସ ।

Tags: