ଦନ୍ତା ଭୟ ,ଶିଖରଚଣ୍ଡୀରେ ପିକନିକ ବନ୍ଦ
ଭୁବନେଶ୍ୱର : ଶିଖରଚଣ୍ଡୀ ପାହାଡକୁ ପର୍ଯ୍ୟଟକଙ୍କ ପ୍ରବେଶ ମନା I ଦନ୍ତା ଭୟ ଯୋଗୁଁ କଟକଣା ଲଗାଇଛି ବନ ବିଭାଗ । ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟ୍ରେ ବନ ବିଭାଗ ତାଲା ପକାଇଛି ।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡରେ ଅନେକ ଲୋକ ବଣଭୋଜି କରିବାକୁ ଆସୁଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାହାଡ ଉପରକୁ ପର୍ଯ୍ୟଟନଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକକୁ ବନ୍ଦ କରି ବନ କର୍ମଚାରୀ ଓ ଇନଫୋସିଟି ଥାନା ପକ୍ଷରୁ ଲୋକାମନଙ୍କୁ ସଚେନତ କରାଯାଉଛି । ପାହାଡ଼ ଉପରକୁ ନଯାଇ ମେନ୍ ଗେଟ୍ ବାହାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଇନ୍ଫୋସିଟି ଥାନା ପୋଲିସ ଏବଂସୁରକ୍ଷା କର୍ମୀ ମାନେ ମେନ୍ ଗେଟ୍ରେ ଜଗିଥିବା ଦେଖିବାକୁ ମିଳିଛି ।



