ନାରାୟଣୀ ଯାତ୍ରା ପାଇଁ ପଡିଲା ଶୁଭ

ଫୁଲବାଣୀ: ଅପ୍ରେଲ ୧୪: ବହୁପ୍ରସିଦ୍ଧ ଫୁଲବାଣୀର ମା ନାରାୟଣୀଙ୍କ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ଶୁଭ ନାରିକେଳ ଭଙ୍ଗା । ପ୍ରଥା ଅନୁଯାଇ ପଣା ସଂକ୍ରାନ୍ତି ଅବସରରେ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଛି । ସକାଳେ ଏଫ୍.ସି.ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡିରେ ଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ତାକୁ କାଟି ଅଣାଯାଇଥିଲା । ପରେ ଯାତ୍ରା ପଡିଆରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଥିଲା ।ଏହି ଅବସରରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଯାତ୍ରାକମିଟି […]

Samaya Live Picture
Published On

ଫୁଲବାଣୀ: ଅପ୍ରେଲ ୧୪: ବହୁପ୍ରସିଦ୍ଧ ଫୁଲବାଣୀର ମା ନାରାୟଣୀଙ୍କ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ଶୁଭ ନାରିକେଳ ଭଙ୍ଗା । ପ୍ରଥା ଅନୁଯାଇ ପଣା ସଂକ୍ରାନ୍ତି ଅବସରରେ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଛି । ସକାଳେ ଏଫ୍.ସି.ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡିରେ ଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ତାକୁ କାଟି ଅଣାଯାଇଥିଲା । ପରେ ଯାତ୍ରା ପଡିଆରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଥିଲା ।ଏହି ଅବସରରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଯାତ୍ରାକମିଟି ସଭାପତିଙ୍କ ସମେତ ସମସ୍ତ କର୍ମକର୍ତା, କାଉନସିଲର, ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ସରକାର କରୋନା କଟକଣା ଉଠାଇ ଦେଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।ପ୍ରଶାସନର ଅନୁମତି ପରେ ଅକ୍ଷିତୃତୀୟା ଠାରୁ ମା ନାରାୟଣୀଙ୍କ ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ ଆରମ୍ଭ ହେବ ଯାତ୍ରା ।