ଫୋନପେ ଏସବିଆଇ କାର୍ଡ ପ୍ରତିଦିନର ପେମେଂଟକୁ ସଂଚୟରେ ପରିଣତ କରିଛି
ଭୁବନେଶ୍ୱର: ଆପ୍ରେ ଗ୍ରୋସରୀ ଅର୍ଡର କରିବାଠାରୁ ଆରମ୍ଭ କରି କ୍ୟାବ୍ ବୁକିଂ କରିବା, ୟୁଟିଲିଟି ବିଲ୍ ପଇଠ କରିବା ଆଦି ଦୈନନ୍ଦିନ ପେମେଂଟ ପାଇଁ ଆଜିର ଉପଭୋକ୍ତା ସମ୍ପୂର୍ଣ୍ଣ ରୂପେ ଅନ୍ଲାଇନ ସେବା ଉପରେ ନିର୍ଭରଶୀଳ। ଡିଜିଟାଲ ଟ୍ରାଞ୍ଜାକ୍ସନ ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାଲଟିଛି। ଆମର ଖର୍ଚ୍ଚ ଶୈଳୀରେ ପରିବର୍ତନ ଆସିଥିଲେ ମଧ୍ୟ ରିୱାର୍ଡ ପାଇବା ପଦ୍ଧତିରେ ସେଭଳି କୌଣସି ବଡ ପରିବର୍ତନ ଆସିନାହିଁ। ପାରମ୍ପରିକ କ୍ରେଡିଟ କାର୍ଡ ରିୱାର୍ଡ ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ଏବେ ବି ବ୍ରାଣ୍ଡ, କ୍ୟାଟାଗୋରୀ ଓ ଯୋଗ୍ୟତା ବିଷୟରେ ଅଧିକ ଚିନ୍ତା କରିବାକୁ ପଡୁଛି। ଏହାଫଳରେ ଅନେକ ସମୟରେ ରିୱାର୍ଡ ପାଇବାର ସୁଯୋଗ ହାତଛଡା ହୁଏ କିମ୍ବା କ୍ୟାଶବ୍ୟାକ ଓ ପଏଂଟଗୁଡିକ ଅବ୍ୟବହୃତ ହୋଇ ରହିଥାଏ। ଯଦି ପ୍ରତ୍ୟେକ ଅନ୍ଲାଇନ ଟ୍ରାଞ୍ଜାକ୍ସନ ଉପରେ ଉପଭୋକ୍ତାଙ୍କୁ କିଛି ନା କିଛି ରିଟର୍ଣ୍ଣ ମିଳିବ ତେବେ ତାହା ସେମାନଙ୍କର ରିୱାର୍ଡ ପାଇବାର ଅନୁଭୂତିକୁ ଆହୁରି ଉନ୍ନତ କରିପାରିବ।
ଏଭଳି ସ୍ଥିତିରେ ଫୋନପେ ଏସବିଆଇ କାର୍ଡ ଉପଯୋଗୀ ଅନୁଭୂତ ହୋଇଥାଏ। ଏକ ଡିଜିଟାଲ-ପ୍ରଥମ ଜୀବନଶୈଳୀ ପାଇଁ ପ୍ରସ୍ତୁତ ଏହି କାର୍ଡ, ରିୱାର୍ଡ ବ୍ୟବସ୍ଥାକୁ ଅଧିକ ସରଳ ଓ ସହଜ କରିଛି। ନିୟମିତ ବିଲ୍ ପେମେଂଟ ହେଉ କିମ୍ବା ରିଚାର୍ଜ ଓ ଅନ୍ଲାଇନ ସପିଂ, ଏହି କାର୍ଡ ସମସ୍ତ ଅନ୍ଲାଇନ ବ୍ରାଣ୍ଡ ଉପରେ ୫% ରିୱାର୍ଡ ପ୍ରଦାନ କରିଥାଏ। ଏହା ଏଭଳି ଏକ ସାର୍ବଜନିନ ରିୱାର୍ଡ ଢାଂଚା ପ୍ରଦାନ କରୁଛି ଯାହା ଉପଭୋକ୍ତାମାନେ ଯେପରି ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ଲାଭ ପାଇପାରିବେ ତାହା ନିଶ୍ଚିତ କରିଥାଏ। ଏହାସହିତ ଏହି କାର୍ଡ ମାଧ୍ୟମରେ ଫୋନ୍ପେ ଆପ୍ରେ ବାରମ୍ବାର କରାଯାଉଥିବା ରିଚାର୍ଜ, ୟୁଟିଲିଟି ପେମେଂଟ କିମ୍ବା ଇନ୍ସୁରାନ୍ସ ପ୍ରିମିୟମ ଭଳି କାର୍ଯ୍ୟ ପାଇଁ ଦୈନନ୍ଦିନ ଅତ୍ୟାବଶ୍ୟକ ଖର୍ଚ୍ଚ ଉପରେ ୧୦% ରିୱାର୍ଡ ମିଳିଥାଏ। ଉପଭୋକ୍ତାମାନେ ପ୍ରତ୍ୟେକ ‘ସ୍କାନ୍ ଆଣ୍ଡ ପେ’ ଟ୍ରାଞ୍ଜାକ୍ସନ ଉପରେ ୧% ରିୱାର୍ଡ ପାଇଥାନ୍ତି। ଏହି ପ୍ରତିଶତ ଛୋଟ ମନେ ହେଉଥିଲେ ମଧ୍ୟ ବାରମ୍ବାର ଖର୍ଚ୍ଚ କଲେ ଏହା ଏକ ବଡ ରାଶିରେ ପରିଣତ ହୋଇଥାଏ।
ପ୍ରତିଦିନର ଖର୍ଚ୍ଚ ବ୍ୟତୀତ ଭ୍ରମଣ ସମୟରେ ଏହା ମାଗଣା ଡୋମେଷ୍ଟିକ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ଓ ପ୍ରାୟୋରିଟି ପାସ୍ର ସଦସ୍ୟତା ମାଧ୍ୟମରେ ଆନ୍ତର୍ଜାତୀୟ ଲାଉଞ୍ଜ ସୁବିଧା ଦେଇଥାଏ ଯାହା ଉପଭୋକ୍ତାଙ୍କର ଖର୍ଚ୍ଚ ଶୈଳୀକୁ ନବଦଳାଇ ସେମାନଙ୍କୁ ପ୍ରିମିୟମ ଅନୁଭୂତି ପ୍ରଦାନ କରିଥାଏ। ଏହି କାର୍ଡ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ରିୱାର୍ଡକୁ ସିଧାସଳଖ କ୍ରେଡିଟ କାର୍ଡ ବିଲ୍ ପେମେଂଟ କରିବା ପାଇଁ ବ୍ୟବହାର କରିପାରିବେ। ପ୍ରତ୍ୟେକ ରିୱାର୍ଡ ପଏଂଟର ମୂଲ୍ୟ ୧ ଟଙ୍କା ଅଟେ ଯାହା ଜମା ଲାଭକୁ ତୁରନ୍ତ ଓ ପ୍ରକୃତ ସଂଚୟରେ ପରିଣତ କରିଥାଏ। ପ୍ରଥମ ବର୍ଷ ପାଇଁ ଜିରୋ ଜଏନିଂ ଫି’ ପ୍ରଦାନ କରି ଫୋନପେ ଏସବିଆଇ କାର୍ଡ ଏହି ସୁବିଧାଗୁଡିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରତିବନ୍ଧକ ଦୂର କରିଛି। ଫୋନପେ ଏସବିଆଇ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ଡିଜିଟାଲ ଓ ସରଳ, ଯାହା ସିଧାସଳଖ ଫୋନପେ ଆପ୍ ମାଧ୍ୟମରେ କରାଯାଇପାରିବ।



