ପିଜି ପେପର ଲିକ,୫ ଜଣିଆ ତଦନ୍ତ କମିଟି ଗଠିତ

ପିଜି ପେପର ଲିକ,୫ ଜଣିଆ ତଦନ୍ତ କମିଟି ଗଠିତ
Samaya Live News Picture
Published On

ବ୍ରହ୍ମପୁର : ଅଲ ଓଡିଶା ମେଡିକାଲ ପେପର ଲିକ ଘଟଣା । ତଦନ୍ତ କରିବେ ୫ ଜଣିଆ କମିଟି । ଏମକେସିଜି ର ୫ ଜଣ ବରିଷ୍ଠ ଅଧ୍ୟାପକଙ୍କୁ ନେଇ କମିଟି ଗଠନ ହୋଇଛି ।  ଘଟଣାର ତଦନ୍ତ କରି ୭୨ଘଣ୍ଟା ମଧ୍ୟରେ କମିଟି ରିପୋର୍ଟ ଦେବେ ।  ଆବଶ୍ୟକ ସ୍ଥଳେ ସାଇବର ଥାନା ର ସହାୟତା ନିଆଯିବ  । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କଲେଜ ଡିନ ହରିକୃଷ୍ଣ ଦଳେଇ ।

ସୂଚନାନୁସାରେ,ଏମକେସିଜି ମେଡିକାଲ କଲେଜରେ ପିଜି ଶେଷ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟର ଏହି ପରୀକ୍ଷା ପାଇଁ ଚଳିତ ଜୁଲାଇ ମାସର ଗତ ୨୧ ଏବଂ ୨୭ ତାରିଖ ରହିଥିବା ବେଳେ ଅଗଷ୍ଟ ମାସର ୧ ଓ ୫ ତାରିଖ ନିର୍ଦ୍ଧାରିତ ହୋଇଥିଲା । ହେଲେ ପରୀକ୍ଷା ପୂର୍ବରୁ ହୁଆଟ୍ସ ଆପ ଗ୍ରୁପରେ ପରୀକ୍ଷା ହଲରେ ମିଳୁଥିବା ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା । ସେହି ପ୍ରଶ୍ନପତ୍ରର ସ୍କ୍ରିନସର୍ଟ ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଇମେଲ ଯୋଗେ ଅବଗତ କରାଇଥିଲେ କିଛି ଛାତ୍ର । ଯାହାକୁ ନେଇ ବିଶ୍ୱବିଦ୍ୟାଳୟର ଏକ ଟିମ୍ ଆସି ଏହି ଅଭିଯୋଗର ଯାଞ୍ଚ କରି ଯାଇଥିବା ବେଳେ ଏପରି ଅଭିଯୋଗ ଆସିବା ପରେ ରାଜ୍ୟର ଅନ୍ୟ କେତେକ ଘରୋଇ ମେଡିକାଲ କଲେଜକୁ ଯାଇ ମଧ୍ୟ ଟିମ୍ ଖୋଳତାଡ଼ କରିଥିବା କୁହାଯାଉଛି । ତେବେ ଏହି ଘଟଣାରେ ଜଣେ ସିନିଅର ମେଡିକାଲ ଛତ୍ର ଏବଂ ଜଣେ କିରାଣୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । ବ୍ରହ୍ମପୁର ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ଆହୁରୀ କଡ଼ାକଡ଼ି ହେବ ପରୀକ୍ଷାର ଯାଞ୍ଚ ବ୍ୟବସ୍ଥା ।

Tags: