ମେ’୫ ରୁ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ
ଭୁବନେଶ୍ୱର: ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା । ଏହା ୧୬ ମେ’ ପର୍ଯ୍ୟନ୍ତ ଚାଲିବ। ମୋଟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟରେ ଦିନ ୧୦ଟା ଓ ୨ୟ ସିଫ୍ଟରେ ଅପରାହ୍ଣ ୩ଟାରେ ପରୀକ୍ଷା ଦେବେ । ୩୧,୯୧୫ ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ ଛାତ୍ରଛାତ୍ରୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପକ୍ଷରୁ ସିପିଇଟି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି ।
ଏପ୍ରିଲ ୩୦ରୁ ଛାତ୍ରଛାତ୍ରୀମାନେ ଏସଏସବି ୱେଟସାଇଡ (https://ssbodisha.ac.in/)କୁ ଯାଇ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ସ୍ନାନକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Tags:




