ଟ୍ୱିନ ସିଟିରେ କମିଲା ପେଟ୍ରୋଲ ଦର
ଭୁବନେଶ୍ୱର : ଯୁଦ୍ଧ ପରବର୍ତ୍ତୀ ମହଙ୍ଗା ମାଡ଼ ଭିତରେ ଟ୍ୱିନ ସିଟି (ଭୁବନେଶ୍ୱର- କଟକ)ବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର । ଟ୍ୱିନ ସିଟିରେ କମିଛି ପେଟ୍ରୋଲ ଓ ଡିଜେଲ ଦର। ଯାହା ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ଵସ୍ତି ଦେଇଛି।
ରାଜଧାନୀ ଭୁବନେଶ୍ୱରରେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୦.୨୨ ପଇସା କମି ବର୍ତ୍ତମାନ ୧୦୦.୯୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା ୦.୨୨ ପଇସା ହ୍ରାସ ପାଇବା ସହ ବର୍ତ୍ତମାନ ୯୨.୫୫ ଟଙ୍କାରେ ପହଞ୍ଚିଛି । ଏହି ହ୍ରାସ ସତ୍ତ୍ୱେ ମଧ୍ୟ ଦର ଶତକ ଉପରେ ରହିଛି।
ଅନ୍ୟପକ୍ଷରେ କଟକରେ ମଧ୍ୟ ତୈଳ ଦରରେ ହ୍ରାସ ଦେଖାଯାଇଛି। ଏଠାରେ ପେଟ୍ରୋଲ ଦର ୦.୧୩ ପଇସା କମି ୧୦୧.୧୯ ଟଙ୍କା ହୋଇଥିବାବେଳେ, ଡିଜେଲ ଦର ୦.୧୧ ପଇସା କମି ୯୨.୭୭ ଟଙ୍କାରେ ପହଞ୍ଚିଛି।
ସେହିପରି ଦେଶର ଅନ୍ୟାନ୍ୟ ପ୍ରମୁଖ ସହର ସହ ତୁଳନା କଲେ, ଦିଲ୍ଲୀରେ ପେଟ୍ରୋଲ ଦର ୯୪.୭୭ ଟଙ୍କା ଥିବାବେଳେ, କୋଲକାତାରେ ୧୦୫.୪୧ ଟଙ୍କା ଓ ଚେନ୍ନାଇରେ ୧୦୦.୮୦ ଟଙ୍କା ଏବଂ ଭୁବନେଶ୍ୱରରେ ଲିଟର ପିଛା ୧୦୦.୯୭ ଟଙ୍କା ରହିଛି । ସେହିପରି ଡିଜେଲ ଦର ମଧ୍ୟ ସମାନ ଧାରାରେ ଚାଲିଛି। ଦିଲ୍ଲୀରେ ଲିଟର ପିଛା ୮୭.୬୭ ଟଙ୍କା କୋଲକାତା, ଲିଟର ପିଛା ୯୨.୦୨ ଟଙ୍କା, ଚେନ୍ନାଇ ଲିଟର ପିଛା ୯୨.୩୯ ଟଙ୍କା ଏବଂ ଭୁବନେଶ୍ୱରରେ ଲିଟର ପିଛା ୯୨.୫୫ ଟଙ୍କା ରହିଛି ।
ତୈଳ ଦରରେ ଏହି ସାମାନ୍ୟ ହ୍ରାସ ଦୈନିକ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ନ ଆଣିଥିଲେ ମଧ୍ୟ, ଆଗାମୀ ଦିନରେ ଦର ଆହୁରି କମିବ କି ନାହିଁ, ସେଥିପାଇଁ ଲୋକମାନଙ୍କ ଆଶା ଜାରି ରହିଛି।



