ସପ୍ଲାଏ ଚେନ ସମସ୍ୟା ଯୋଗୁ ତୈଳ ଅଭାବ - ମନ୍ତ୍ରୀ

ସପ୍ଲାଏ ଚେନ ସମସ୍ୟା ଯୋଗୁ ତୈଳ ଅଭାବ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଜାରି ଥିବା ତୈଳ ସଙ୍କଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ।ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ବରଂ ଏକ “ଜାତୀୟ କ୍ରାଇସିସ”। ଭାରତ ବାହାରୁ ତୈଳ ଆମଦାନୀ କରୁଥିବାରୁ ବିଶ୍ୱସ୍ତରରେ ସପ୍ଲାଇ ଚେନ୍‌ ପ୍ରଭାବିତ ହେଲେ ତାହାର ସିଧାସଳଖ ପ୍ରଭାବ ଦେଶ ଉପରେ ପଡ଼ୁଛି। ରାଜ୍ୟରେ ତୈଳ ସଙ୍କଟ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏହା ଜାତୀୟ କ୍ରାଇସିସ । ଆମେ ତୈଳ ଆମଦାନୀ କରୁଛୁ । ଯେତବେଳେ ତୈଳ ସଙ୍କଟ ହେବ ସମସ୍ତ କଥା ଆସେ । ଦେଶ ଏବେ ଏକ କଷ୍ଟକର ସମୟ ମଧ୍ୟକୁ ଯାଉଛି। ତଥାପି ଲୋକମାନେ ଧୈର୍ଯ୍ୟ ଧରି ପରିସ୍ଥିତିକୁ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, “ଯେତେବେଳେ ତୈଳ ସଙ୍କଟ ହୁଏ, ସେତେବେଳେ ସବୁ କ୍ଷେତ୍ର ପ୍ରଭାବିତ ହୁଏ। ଏଭଳି ସମୟରେ ସମସ୍ତ ଦେଶ ଏକାଠି ହୋଇ ଲଢ଼େଇ କରିବାକୁ ପଡ଼ିବ।”। କିଛି ଲୋକେ ପାମ୍ପଡ଼ ମଧ୍ୟ ବେଲୁଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି, ଅନ୍ୟ ଦେଶମାନେ ଏହିପରି ସଙ୍କଟର ଭୟଙ୍କର ପରିଣାମ ଭୋଗିଛନ୍ତି। କିନ୍ତୁ ଭାରତର ପୂର୍ବ ପ୍ରସ୍ତୁତି ଓ ଯୋଜନା ଯୋଗୁଁ ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଛି । ତୈଳ ମିଳୁଛି ଯାହା ଆମ ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ନୁହେଁ । ଅନ୍ୟ ଦେଶ ଏହି ଅସୁବିଧାକୁ ଭୋଗିଛନ୍ତି । ଭାରତ ତାର ଆଗୁଆ ଯୋଜନାରୁ ଏଭଳି ସ୍ଥିତି ସୃଷ୍ଟି ହୋଇନି । ସପ୍ଲାଇ ଚେନ ପାଇଁ ଏମିତି ହୋଇଛି । ସମସ୍ତେ ଏକାଠି ହୋଇ ଲଢ଼ିବା । 

 

 

Tags: