କ୍ୟାବିନେଟରେ ଆସିବ ପେସା ଆଇନ - ମନ୍ତ୍ରୀ

କ୍ୟାବିନେଟରେ ଆସିବ ପେସା ଆଇନ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା କ୍ୟାବିନେଟରେ ଆସିବ ପେସା ଆଇନ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭାଗ ପକ୍ଷରୁ ଚୂଡାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ଏନେଇ ଆଜି ବସିବ ପୂର୍ଣ୍ଣାଙ୍ଗ ବୈଠକ । ଏସମ୍ପର୍କରେ ୪୧ଟି ବିଭାଗ ସହ ବିଚାର ବିମର୍ଷ କରାଯାଇଛି । ୧୯୯୬ରୁ କେନ୍ଦ୍ରୀୟ ପେସା ଆଇନ ଆସିଥିଲେ ବି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ । ପେସା ଆଇନ ଅନୁସୂଚିତ ଅଂଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ସ୍ବୟଂ ଶାସନର ଅଧିକାର ଦେଇଥାଏ । ଆଦିବାସୀଙ୍କୁ ଶକ୍ତିଶାଳୀ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ । ଜଳ, ଜଂଗଲ ଏବଂ ଜମି ଉପରେ ଆଦିବାସୀଙ୍କ ପାରମ୍ପରିକ ଅଧିକାରକୁ ସୁରକ୍ଷା ଦେବା ଏହି ଆଇନର ମୁଖ୍ୟ ଲକ୍ଷ୍ୟ। ପ୍ରଏହା ଲାଗୁ ହେଲେ ୧୦ଟି ଜିଲ୍ଳାର ଅନୁସୂଚିତ ଅଂଚଳର ଆଦିବାସୀ ଉପକୃତ ହେବେ । 

Tags: