ଇଭି, ମେଥାନଲ୍ ଓ ଇଥାନଲ୍ ଗାଡ଼ିକୁ ପରମିଟ୍ ଫି’ ଛାଡ଼
ଭୁବନେଶ୍ବର : ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ ।
୩୦୦୦ କେଜିରୁ କମ୍ କ୍ଷମତାର ମାଲ୍ ପରିବହନ ଗାଡ଼ିଗୁଡ଼ିକ ଏହି ଫି’ ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ । ମୋଟର ଯାନ ଅଧିନିୟମ, ୧୯୮୮ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ପରମିଟ୍ ନେବା ବାଧ୍ୟତାମୂଳକ ରହିବ । ଏହାସହ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ନିୟମ ପାଳନ ଆବଶ୍ୟକ ବୋଲି ବିଭାଗ କହିଛି ।
Tags:




