ପ୍ରଥମ ଜନଗଣନା ବେଳେ ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

ପ୍ରଥମ ଜନଗଣନା ବେଳେ ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

ନୂଆଦିଲ୍ଲୀ : ୨୦୨୭ ଜନଗଣନା ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ୨ଟି ପର୍ଯ୍ୟାୟରେ ହେବ ଜନଗଣନା । ଆସନ୍ତା ଏପ୍ରିଲ ୧୬ରୁ ଆରମ୍ଭ ହେଉଛି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ଗଣନା କରାଯିବ । ଏଥିରେ ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ । ଏନେଇ ଗଣନା ଅଧିକାରୀଙ୍କୁ ତାଲିକା ପ୍ରଦାନ କରାଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ସବିଶେଷ ତଥ୍ୟ ଗଣନା ଅଧିକାରୀଙ୍କୁ ପ୍ରଦାନ କରିବେ । ଜନଗଣନା ସମୟରେ ପରିବାରର ମୁଖିଆ ଏହିସବୁ ତଥ୍ୟ ପ୍ରଦାନ କରିବେ । 

ସମ୍ବନ୍ଧିତ ଖବର ୩ ମାସ ମଧ୍ୟରେ ଗଣତି ମଣତି ସାର - ହାଇକୋର୍ଟ

ଘରର ମୁଖିଆଙ୍କ ନାଁ ଏବଂ ଲିଙ୍ଗ ଏବଂ ଜାତି କଣ, ଘର ବା ବିଲଡିଂ ନମ୍ବର, ଆପଣଙ୍କ ଘରର କାନ୍ଥ, ଛାତ ଏବଂ ଚଟାଣ କେଉଁସାମଗ୍ରୀରେ ତିଆରି, ଘରର ବ୍ୟବହାର ଏବଂ କଣ୍ଡିସନ ବାବଦରେ ପଚାରିବେ । ପରିବାରରେ କେତେ ଜଣ ଅଛନ୍ତି, ଘରେ କେତୋଟି ରୁମ ବ୍ୟବହାର କରୁଛନ୍ତି, ପରିବାରରେ କେତେ ଜଣ ବିବାହିତ ଦମ୍ପତି ଅଛନ୍ତି, ପିଇବା ପାଣି ଏବଂ ବିଜୁଳି କେଉଁଠୁ ଆସୁଛି ତାର ଉତ୍ସ କଣ, ପାଇଖାନା ଏବଂ ଗାଧୁଆ ଘର ବ୍ୟବହାର, ମଇଳା ପାଣି ନିଷ୍କାସନ, କେଉଁଥିରେ ରୋଷେଇ କରୁଛନ୍ତି LPG କନେକ୍ସନ ହେଇଛି ନା ନାହିଁ, ଆପଣଙ୍କ ଘରେ କେତୋଟି ଟିଭି, ରେଡ଼ିଓ, ଲାପଟପ କିମ୍ବା କମ୍ପୁଟର, ମୋବାଇଲ କିମ୍ବା ଟେଲିଫୋନ, ଇଣ୍ଟରନେଟ ଅଛି ନାହିଁ। ସେହିପରି ଆପଣଙ୍କ ଘରେ କେତୋଟି ସାଇକେଲ, ସ୍କୁଟର, ବାଇକ, କାର, ଜିପ ରହିଛି । ଆପଣ କେଉଁ ମୁଖ୍ୟ ଶସ୍ୟ ଖାଉଛନ୍ତି ଅର୍ଥାତ ଭାତ, ରୁଟି ନା ଅନ୍ୟ କିଛି। ଏହା ସହ ମୋବାଇଲ ନମ୍ବର ମଧ୍ୟ ଦେବାକୁ ପଡିବ।

ସମ୍ବନ୍ଧିତ ଖବର ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଗଲେ ବିକ୍ରମ ପଣ୍ଡା

ପ୍ରଥମ ପର୍ଯ୍ୟାୟ ଚଳିତବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବେ । ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ଫେବ୍ରୁଆରୀରୁ ଆରମ୍ଭ ହେବ । ଏଥିରେ ଜନସଂଖ୍ୟା ଗଣନା ଆରମ୍ଭ କରାଯିବ ।

ସମ୍ବନ୍ଧିତ ଖବର କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

ସରକାର ଆହୁରି କହିଛନ୍ତି, ଘରଗୁଡ଼ିକର ତାଲିକା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼ୁ ସୂଚନା ପ୍ରଦାନ (ସେଲ୍ଫ ଏନ୍ୟୁମରେସନ) ର ବିକଳ୍ପ ବି ଦିଆଯିବ । ଉଲ୍ଲେଖଥାଉ କି ୨୦୨୧ରେ ଜନଗଣନା ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହା ୨୦୨୭ରେ ପୂରା ହେବ । ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଉପାୟରେ ହେବ । ପ୍ରାୟ ୩୦ ଲକ୍ଷ କର୍ମଚାରୀ ମୋବାଇଲ ଆପ୍ ଜରିଆରେ ତଥ୍ୟ ସଂଗ୍ରହ କରିବେ ।

ମୋବାଇଲ ଆପ୍, ପୋର୍ଟାଲ ଏବଂ ରିଅଲ୍ ଟାଇମ୍ ଡାଟା ଟ୍ରାନ୍ସଫର ଦ୍ୱାରା ଜନଗଣନା ଯଥାସମ୍ଭବ ପେପରଲେସ୍ ହେବ । ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ରେ କାମ କରିବ । ଜାତି ସହ ଜଡ଼ିତ ତଥ୍ୟ ବି ଡିଜିଟାଲ ଉପାୟରେ ହାସଲ କରାଯିବ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜନଗଣନାରେ ଜାତି ଗଣନାକୁ ସାମିଲ କରାଯିବ । ଏହା ପୂର୍ବରୁ ଇଂରେଜ ଅମଳରେ ୧୯୩୧ ପର୍ଯ୍ୟନ୍ତ ଜାତି ଆଧାରିତ ଜନଗଣନା ହୋଇଥିଲା ।

Tags: