ଖାଉଟିଙ୍କୁ କାଳ କରୁଛି ମହଙ୍ଗା ମାଡ

ଭୁବନେଶ୍ୱର: ମଇ ୧୩: ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା । କେତେବେଳେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତ ଆଉ କେତେବେଳେ ପନିପରିବା, ଗ୍ୟାସ୍‌ ଦର ବୃଦ୍ଧି । ଏଭଳି ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ଉପରେ ଭାରି ପଡ଼ିଛି । ଏସବୁ ଭିତରେ ଏବେ ବ୍ରଏଲର କୁକୁଡ଼ା ମାଂସ ଦର ଆକାଶ ଛୁଆଁ ହୋଇଛି । ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି […]

Samaya Live Picture
Published On

ଭୁବନେଶ୍ୱର: ମଇ ୧୩: ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା । କେତେବେଳେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତ ଆଉ କେତେବେଳେ ପନିପରିବା, ଗ୍ୟାସ୍‌ ଦର ବୃଦ୍ଧି । ଏଭଳି ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ଉପରେ ଭାରି ପଡ଼ିଛି । ଏସବୁ ଭିତରେ ଏବେ ବ୍ରଏଲର କୁକୁଡ଼ା ମାଂସ ଦର ଆକାଶ ଛୁଆଁ ହୋଇଛି । ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି । ଆମିଷ ବାରରେ ସର୍ବାଧିକ ବିକ୍ରି ଏଭଳି ଦରବୃଦ୍ଧି ଖାଉଟିଙ୍କୁ ଖୁବ୍‌ ବାଧିଛି । କୁକୁଡ଼ା ଦାନା ଦର ବୃଦ୍ଧି ସାଙ୍ଗକୁ ବାହାଘର ଋତୁ ଥିବାରୁ ମାଂସ ଦର ବୃଦ୍ଧି ପାଇଥିବା ବ୍ୟବସାୟୀ କହିଛନ୍ତି । ଓଡ଼ିଶାର ଚାଷିମାନେ ଚାହିଦା ଅନୁସାରେ କୁକୁଡ଼ା ମାଂସ ଯୋଗାଇପାରୁ ନାହାନ୍ତ । ଫଳରେ ଆନ୍ଧ୍ର୍ରରୁ ଏବେ ବ୍ରଏଲର କୁକୁଡ଼ା ଆମଦାନୀ ହେଉଛି । ସେପଟେ ଟମାଟୋ କିଲୋ ଏବେ ୧୦୦ ଟଙ୍କା ପାର୍‌ କରିଛ ।